oum

ସହଭାଗି ବିକାଶ ଅଭିଯାନର ଲିଙ୍ଗଭିତ୍ତିକ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ନୂଆପଡ଼ା, (ନିରାକାର ମେହେର) : ଓଡିଶାର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନ ଆନୁକୁଲ୍ୟରେ ଏବଂ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନଙ୍କ ସହାୟତାରେ ଅନୁଷ୍ଠାନର ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବିଲେନଜୋର ସ୍ଥିତ ତାଲିମ କେନ୍ଦ୍ର ପରିସରରେ ଏକ ୩ ଦିବସୀୟ ଆବାସିକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ତା -୨୯.୦୫.୨୦୨୪ ଠାରୁ ୩୧.୦୫.୨୦୨୪ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅନୁଷ୍ଠାନର କାର୍ଯ୍ୟକ୍ରମ ପରିଚାଳନା ନିର୍ଦ୍ଧେଶିକା ଶୁଭଶ୍ରୀ ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସହଭାଗୀ ବିକାଶ ଅଭିଯାନ ଅନୁଷ୍ଠାନର ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ କର୍ମ କର୍ତ୍ତାମାନେ ଏହି ତାଲିମରେ ଅଂଶଗ୍ରହଣ କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ତାଲିମ ଦାତ୍ରୀ ଭାବେ ରାଷ୍ଟ୍ରୀୟ ସ୍ତରରେ ସୁପରିଚିତା ତାଲିମ ଦାତ୍ରୀ ରାଜସ୍ଥାନର ସୀମା କୋବ୍ରା ଯୋଗ ଦେଇଥିଲେ । ସୁଶ୍ରୀ କୋବ୍ରା ତାଲିମ ଗ୍ରହୀତାଙ୍କ ମନକୁ ଛୁଇଲା ଭଳି ବିଭିନ୍ନ ତାଲିମ ଉପକରଣ, ପ୍ଲେ କାର୍ଡ, ଚାର୍ଟ ଓ ଭିଡିଓ ଗ୍ରାଫି ଇତ୍ୟାଦିର ବ୍ୟବହାର କରି ବିଭିନ୍ନ ଖେଳ ଓ ଆଲୋଚନା ମାଧ୍ୟମରେ ଅତି ପ୍ରଭାବଶାଳୀ ଢଙ୍ଗରେ ତିନି ଦିନର ତାଲିମ କାର୍ଯ୍ୟ ସମ୍ପାଦନ କରିଥିଲେ । ବିଷୟ ଭିତ୍ତିକ ଦିଗକୁ ବିଚାର କଲେ ଜଣାଯାଏ ଯେ, ଜେଣ୍ଡର ବା ଲିଙ୍ଗଭିତ୍ତିକ ଭେଦଭାବ ଏକ ମଣିଷକୃତ ବିଚାର ବା ଚିନ୍ତନ କିନ୍ତୁ ଏହା ଇଶ୍ଵର ପ୍ରଦତ୍ତ ନୁହେଁ । ଯେକୌଣସି ସମାଜର ସାମଗ୍ରିକ ବିକାଶ ନିମନ୍ତେ ଲିଙ୍ଗ ଭିତ୍ତିକ ଭେଦଭାବ ଏକ ବଡ଼ ପ୍ରତିବନ୍ଧକ ହୋଇଥାଏ । ଆମର ସମାଜରେ ମହିଳା ମାନଙ୍କ ବିଭିନ୍ନ କାର୍ଯ୍ୟକୁ ସମାଜ ସମ୍ମାନ ଦିଏନାହିଁ କିମ୍ବା ତାହାର ମୂଲ୍ୟକୁ ଗୁରୁତ୍ଵ ଦିଆଯାଉନାହି । ନିଜ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବାରେ ମଧ୍ୟ ମହିଳାଙ୍କୁ ସ୍ୱାଧୀନତା ଦିଆଯାଏ ନାହିଁ, ଯାହା ଫଳରେ ମହିଳା ମାନଙ୍କ ବିକାଶ ବାଧାପ୍ରାପ୍ତ ହୋଇଥାଏ । ସମ୍ପତ୍ତି ଉପରେ ମହିଳା ମାନଙ୍କ ଅଧିକାର, ସାମୁହିକ କାର୍ଯ୍ୟକ୍ରମ ବା ଅନୁଷ୍ଠାନ ମାନଙ୍କରେ ନେତୃତ୍ୱ ନେବା, ବିଭିନ୍ନ ପ୍ରକାର ବୃତ୍ତିରେ ଯୋଗଦେବା ଇତ୍ୟାଦି କ୍ଷେତ୍ରରେ ଅନେକ ରକମର ସାମାଜିକ ଓ ଅଲିଖିତ କଟକଣା ରଖାହୋଇ ଆସୁଛି । ଲିଙ୍ଗଭିତ୍ତିକ ଏହି ସବୁ ତାରତମ୍ୟକୁ ଦୂର କରିବା ପାଇଁ ସାମାଜିକ ଗତିଶୀଳତା ଆଣିବାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା । ମହିଳାଙ୍କୁ ଉଚ୍ଚଶିକ୍ଷା ପାଇଁ ସୁଯୋଗ ଦେବା, ସରକାରୀ  ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ଓ ନୂଆ ଜ୍ଞାନ କୌଶଳ ଶିଖିବା, ବ୍ୟାଙ୍କ ପ୍ରଭୃତି ବିଭିନ୍ନ ଅନୁଷ୍ଠାନ ମାନଙ୍କ ସହିତ ଯୋଗାଯୋଗ କରି ପରିବାରର ଆର୍ଥିକ ବିକାଶ ଦିଗରେ ନିଷ୍ପତ୍ତି ନେଇପାରିବା ଭଳି ସୁଯୋଗ ସୃଷ୍ଟି କରିବା ଇତ୍ୟାଦି ମୁଖ୍ୟ ବିଷୟ ଉପରେ ଆଲୋଚନା କରଯାଇଥିଲା । ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ଦିଗରେ ଲିଙ୍ଗଭିତ୍ତିକ ଭେଦଭାବକୁ କିପରି ଦୂର କରଯାଇପାରିବ ସେ ଦିଗରେ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି ନିମନ୍ତେ କେତେକ କାର୍ଯ୍ୟକ୍ରମ ନେବାକୁ ସ୍ଥିର କରାଯାଇଥିଲା ।

Leave A Reply

Your email address will not be published.