jayashree

ଭବାନୀପାଟଣା ବିକାଶ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ବାର୍ଷିକ ଉତ୍ସବ ହାରବେଷ୍ଟ ୨୦୨୪ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ବିକାଶ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ବାର୍ଷିକ ଉତ୍ସବ ହାରବେଷ୍ଟ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବର କଳାହାଣ୍ଡି ଏବଂ ବର୍ତ୍ତମାନର କଳାହାଣ୍ଡି ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ଶିକ୍ଷା କ୍ଷେତ୍ରରେ ବିକାଶର ପଥରେ ବର୍ତ୍ତମାନ କଳାହାଣ୍ଡି ତାର ଅନେକ ପ୍ରତିଭାକୁ ନେଇ ଆଗେଇ ଥିବାବେଳେ ଛାତ୍ରଛାତ୍ରୀ ମାନଙ୍କ ଆଗ୍ରହ, ଉତ୍ସାହ ସାଙ୍ଗକୁ ତାଙ୍କ ଭିତରେ ସାହସିକତା ମଧ୍ୟ ବୃଦ୍ଧି ପାଇଛି ବୋଲି ମତ ରଖିଥିଲେ । ଏହି ପରିପ୍ରେକ୍ଷୀରେ ବାସ୍କେଟ ବଲ୍‌ ଏବଂ ବ୍ୟାଡ଼ମିଣ୍ଟନ୍‌ କୋଟର ଶୁଭାରମ୍ଭ କରାଯାଇଥିଲା । ଏହି ଉତ୍ସବରେ ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ଭାଇସ ଚାନ୍ସେଲର ଡ. ଶ୍ୟାମସୁନ୍ଦର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍ ଓଡିଶାର ଅଧ୍ୟକ୍ଷ ଡି. ନାଗେଶ୍ଵର ରାଓ ଅଧ୍ୟକ୍ଷତା କରିଥିଲେ । ଡି.ଭି.ଭି.ସତ୍ୟନାରାୟଣ, ଡି. ପ୍ରତାପ, ଡି. ସୁରଜ, ଡିନ୍‌ ପିତାମ୍ବର ଦାସ, ଡିନ ଆର୍‌ ଏସ୍‌ ଭି. କ୍ରିଷ୍ଣା, ଡ. ପୂର୍ଣ୍ଣେନ୍ଦୂ ମିଶ୍ର, ଭବାନୀପାଟଣା ବିକାଶ ମହାବିଦ୍ୟାଳୟର ନିର୍ଦ୍ଦେଶକ ଡି. ଶ୍ୟାମ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅନ୍ୟତମ ନିର୍ଦ୍ଦେଶକ ଡି. ରାମ କୁମାର ଛାତ୍ରଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ଯୁବରାଜ ନାୟକ, ଆରତୀ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ପାୟ ୧୪୦୦ ଛାତ୍ରଛାତ୍ରୀ ଏହି ଉତ୍ସବରେ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ନୃତ୍ୟ ଗୀତରେ ହଜାର ହଜାର ଅଭିଭାବକ, ଅଭିଭାବିକା, ଦର୍ଶକ ଦୀର୍ଘ ୮ ଘଣ୍ଟା ଧରି ଉପଭୋଗ କରିଥିଲେ ।

Leave A Reply

Your email address will not be published.