ରିମ୍‌ସରେ ଏକ ଦିବସୀୟ ଆନ୍ତଃର୍ଜାତୀୟ ସମ୍ମେଳନ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଛେଣ୍ଡ କଲୋନୀ ସ୍ଥିତ ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌, ପକ୍ଷରୁ ମ୍ୟାନେଜ୍‌ମେଣ୍ଟ ଏଣ୍ଡ ଡିଜିଟାଲ୍‌ ଟେକ୍ନୋଲଜି ସମ୍ୱନ୍ଧିତ ଏକ ଆନ୍ତଃର୍ଜାତୀୟ ସମ୍ମେଳନ ଆୟୋଜିତ ହୋଇଯାଇଛି । ଏହା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ନଳୀନୀପ୍ରଭା ପଟ୍ଟନାୟକ, ସମ୍ପାଦକ ଡ. ଆର୍ଯ୍ୟ ପଟ୍ଟନାୟକ, ଉପଦେଷ୍ଟା ରୀତା ପଟ୍ଟନାୟକ, ନିଦ୍ଦେର୍ଶକ (ଗବେଷଣା ଓ ଉନ୍ନୟନ) ଡ. ଶ୍ରୀକୁମାର, ଡିନ୍‌- ଶୈକ୍ଷିକ ଡ. ସନ୍ତୋଷ କୁମାର ବିଶ୍ୱାଳ, ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ସୁବ୍ରତ ପ୍ରସାଦ ପଟ୍ଟନାୟକ, ସଂଯୋଜିକା ଆସୋସିଏଟ୍‌ ପ୍ରଫେସର ଡ. ରଞ୍ଜିତା ସ୍ୱାଇଁ, ସହ-ସଂଯୋଜିକା ପ୍ରଫେସର ଇପ୍ସିତା ପାଣ୍ଡେ ଏବଂ ନିମନ୍ତ୍ରିତ ମାନ୍ୟଗଣ୍ୟ ଅତିଥି ତଥା ବକ୍ତାମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଥିଲା । ପ୍ରାରମ୍ଭରେ ଅଧ୍ୟାପିକା ପ୍ରଫେସର ଝେଲମ୍‌ ନାୟକ ଶ୍ରୀଅରବିନ୍ଦଙ୍କ ମହାକାବ୍ୟ ଗାୟତ୍ରୀ ପଠନ କରିଥିଲେ । ପ୍ରଥମ ଅଧିବେଶନକୁ ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଆରମ୍ଭ କରି ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ସମ୍ମେଳନ ମ୍ୟାନେଜମେଣ୍ଟ ଓ ଡିଜିଟାଲ କ୍ଷେତ୍ରରେ ନୂତନ ଦିଗ୍‌ଦର୍ଶନ ଦେଖାଇବ । ଡ. ଆର୍ଯ୍ୟ ପଟ୍ଟନାୟକ ନିଜ ଅଭିଭାଷଣରେ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଆଭିମୁଖ୍ୟ ଏବଂ ଏହାର ଆବଶ୍ୟକତା ସମ୍ୱନ୍ଧରେ ସମ୍ୟକ ସୂଚନା ଦେଇ କହିଥିଲେ ଯେ, ଭାରତ ସରକାରଙ୍କ ନୂତନ ଶିକ୍ଷା ପଦ୍ଧତି (ଏନ୍‌.ଇ.ପି-୨୦୨୦)ର ନିୟମ ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ କରିବା ପାଇଁ ପ୍ରୟାସ ଚାଲିଛି । କାରଣ ଇଣ୍ଡଷ୍ଟ୍ରି ୫.୦ ଆଡ଼କୁ ଦ୍ରୁତଗତିରେ ଅଗ୍ରସର ହେଉଛି । କାନାଡାର ନ୍ୟୁ ବ୍ରନ୍‌ସ୍ୱିକ୍‌ ୟୁନିଭରସିଟିର ଆସିଷ୍ଟାଣ୍ଟ ପ୍ରଫେସର ଡ.ଫ୍ରାକ୍ନ୍‌ସି୍‌ ପାଲମା ଭିତ୍ତି ନିବନ୍ଧ ଉପାସ୍ଥାପନ କରି ସୂଚନା ଓ ପ୍ରଯୁକ୍ତି ସହିତ ସାଇବର ସିକ୍ୟୁରିଟି ତଥା ଡାଟା ସାଇନ୍‌ସର ବ୍ୟବହାରକୁ ବ୍ୟାପକ କରାଯିବା ସମ୍ପର୍କରେ ପାୱାର୍‌ପଏଣ୍ଟ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ବକ୍ତାଭାବେ ଡାଲମିଆ ଭାରତ ସିମେଣ୍ଟର ଉପନିର୍ବାହୀ ନିର୍ଦ୍ଦେଶକ ନିଳାଦ୍ରୀ ଭୁଷଣ ପାଢ଼ୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲଜିର ଆବଶ୍ୟକତାକୁ ଉପଲବ୍ଧ କରାଇଥିଲେ । ସମ୍ମାନିତ ଅତିଥି ଭାବେ ସ୍କାନ୍‌ ଷ୍ଟିନ୍ଲ୍‌ ଲିମିଟେ୍‌ର ନିଦ୍ଦେର୍ଶିକା ଅର୍ଚ୍ଚନା ଗାଡୋଡିଆ ଯୋଗଦେଇ ଆଲୋଚ୍ୟ ବିଷୟର ଗୁରୁତ୍ୱ ଏବଂ ଆବଶ୍ୟକତାକୁ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଚାରୋଟି ପର୍ଯ୍ୟାୟରେ ବୈଷୟିକ ସମ୍ପାନ ଆୟୋଜନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ମାନବ ସମ୍ୱଳ ଓ ମାର୍କେଟିଂ ସମ୍ୱନ୍ଧରେ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟଟି ଆଇ.ଟି ଏଣ୍ଡ ଅପରେସନ୍‌ ଓ ଫାଇନାନ୍‌ସ୍‌ ସମ୍ୱନ୍ଧୀୟ ଥିଲା । ଏହି ବିଷୟବସ୍ତୁକୁ ନେଇ ସନ୍ଦର୍ଭ ଉପସ୍ଥାପନା କରାଯାଇଥିଲା । ଏଥିରେ ୪୦ ଜଣ ସକ୍ରିୟ ଅଂଶଗ୍ରହଣ କରି ନିଜ ନିଜର ଉପସ୍ଥାପନା ରଖିଥିଲେ । ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥିଭାବେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ରାଉରକେଲାର ଉପ କୁଳସଚିବ ଡ. ଶୁଭେନ୍ଦୁ କୁମାର ରଥ ଏବଂ ମୁଖ୍ୟବକ୍ତା ଭାବେ ଏନ୍‌. ଆଇ. ଟି ରାଉରକେଲାର ସ୍କୁଲ୍‌ ଅଲ୍ଫ୍‌ ମ୍ୟାନେଜ୍‌ମେଣ୍ଟର ବିଭାଗୀୟ ମୁଖ୍ୟ ଡ. ରାଜୀବ କୁମାର ପଣ୍ଡା ଉପସ୍ଥିତ ରହି ସମ୍ମେଳନର ଶୀର୍ଷକ ସମ୍ୱନ୍ଧରେ ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶ୍ରେଷ୍ଠ ସନ୍ଦର୍ଭ ଉପସ୍ଥାପନା ପାଇଁ ସୁଶ୍ରୀ ବିଶ୍ୱଶ୍ରୀ ପ୍ରିୟଦର୍ଶିନୀ ଏବଂ ମନ୍ମୟ ତ୍ରିପାଠୀଙ୍କୁ ପ୍ରଫେସର ସୌର୍ଯ୍ୟ ପଟ୍ଟନାୟକ ସ୍ମାରକ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସହ-ସଂଯୋଜିକା ଅଧ୍ୟାପିକା ପ୍ରଫେସର ଇପ୍ସିତା ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.