oom

ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ୭୮ତମ ସ୍ୱାଧୀନତା ଦିବସରେ ଦେଶର ସ୍ୱାଧୀନତା ପାଇଁ ଲଢେଇ କରି ଆତ୍ମବଳୀ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ବଲାଙ୍ଗର ଜିଲ୍ଲା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ବଲାଙ୍ଗିର ମଣ୍ଡଳ ଅଧୀନସ୍ଥ ଗଇଁତଲା ଗୁଡ଼ି ଆନୁକୂଲ୍ୟରେ ମଲମୁଣ୍ଡା କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ନେତୃତ୍ୱରେ ବଲାଙ୍ଗିର ମଣ୍ଡଳ ସଭାପତି ଗୋବିନ୍ଦଚନ୍ଦ୍ର ପଟେଲ, ଗଇଁତଲା ଗୁଡ଼ି ସଭାପତି ମଦନମୋହନ ନାଏକ ଓ ମଲମୁଣ୍ଡା ଗ୍ରାମ୍ୟକମିଟିର ଉଦ୍ୟମକ୍ରମେ ଶ୍ରମ ଓ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଓ ମାନନୀୟା ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଅତିଥି ଭାବେ ଯୋଗଦେଇ ଶ୍ରୀଫଳ ଭାଙ୍ଗି ଫିତା କାଟି ଶିବିରକୁ ଉଦ୍‌ଘାଟନ କରିଥିଲେ । ଅଘରିଆ ସମାଜର ସେବା କାର୍ଯ୍ୟଓ ଏକତାକୁ ମନ୍ତ୍ରୀ ଓ ସାଂସଦ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ଗୁରୁ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅଖିଳ ଭାରତୀୟ ଅଘରିଆ ସମାଜ ରାଜ୍ୟସଭାପତି ଦୀନବନ୍ଧୁ ନାଏକ ଅତିଥି ଭାବେ ଯୋଗଦେଇ ବଲାଙ୍ଗିର ଜିଲ୍ଲାର ଅଘରିଆ ସମାଜର ପ୍ରତ୍ୟେକ ସେବାକାର୍ଯ୍ୟକୁ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହି ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ । ଆଜି ଗୁରୁବାର ସୁଦଶାବ୍ରତ ଥାଇ ମଧ୍ୟ ମହିଳାମାନଙ୍କ ରକ୍ତଦାନ ଏକ ଅନନ୍ୟ ଉଦାହରଣ ବୋଲି ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ବକ୍ତବ୍ୟ ଦେଇଥିଲେ । ଜିଲ୍ଲା ରକ୍ତଭଣ୍ଡାରର ଡା. ଅଶୋକ କୁମାର ମିଶ୍ର ସମେତ ଜ୍ୟୋତିର୍ମୟୀ ନାଏକ, ଶେଖ ଅବଦୁଲ, ଅସରଫ, ଲଷ୍ମୀଧର ସାହୁ, ସ୍ଵାଗତିକା ରାଉଳ, ଚନ୍ଦ୍ର ପ୍ରକାଶ ନାଗ, କେଶବ ଷାଣ୍ଡ ଓ ସୁଶୀଲ ସୁନା ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇ ସହଯୋଗ କରିଥିଲେ । କେନ୍ଦ୍ର କର୍ମକର୍ତ୍ତା, ମଣ୍ଡଳ ସଭାପତି, ଗୁଡ଼ି ସଭାପତି, ମହିଳା ମଞ୍ଚ, ଯୁବା ମଞ୍ଚ, କୃଷକ ମଞ୍ଚ, ପୁସ୍ତକ କମିଟି, ଶିକ୍ଷା କମିଟି, ନିର୍ମାଣ କମିଟି ସଭାପତି ଓ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ । ସମାଜର ଭାଲେର ମଣ୍ଡଳ ସଭାପତି ରାଜକିଶୋର ପଟେଲ,ସକ୍ରିୟ ସଭ୍ୟ ଆମରଜିତ ପଟେଲ, ସମାଜସେବୀ ବିବେକାନନ୍ଦ ପଟେଲ, ୟୁବ ସଭାପତି ପ୍ରମୋଦ ପଟେଲ,ରାଜୁ ପଟେଲ,ଯଦୁ ପଟେଲ,ପ୍ରଶାନ୍ତ ପଟେଲ,ଭକ୍ତଚରଣ ନାଏକ,ଭକ୍ତରାମ ପଟେଲ,ବିଷ୍ଣୁ ପଟେଲ, ବଂଶୀଧର ନାଏକ, ବୁଲୁ ପଟେଲ, ଅନ୍ତ ପଟେଲ, ଚିତ୍ତରଞ୍ଜନ ପଟେଲ, ଦୁଃଖିଶ୍ୟାମ ନାଏକ, ନେପାଳ ପଟେଲ ସମେତ ମଳମଣ୍ଡା ଗ୍ରାମ୍ୟ ସଭାପତି ଓ ଗ୍ରାମ୍ୟ କମିଟିର କର୍ମକର୍ତ୍ତା ସମେତ ଯୁବାବନ୍ଧୁଙ୍କ ପ୍ରଶଂସନୀୟ କାର୍ୟ୍ୟକୁ କେନ୍ଦ୍ର ସଭାପତି ସାଧୁବାଦ ଜଣାଇ ଧନ୍ୟବାଦ ଦେଇଥିଲେ । କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ।

jittmm
Leave A Reply

Your email address will not be published.