ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ନୁନିଆଁପାଲି ଗୁଣ୍ଡୁରୁମୁଣ୍ଡା ଗ୍ରାମରେ ସିଡବ୍ଲୁଏସ ସହଯୋଗରେ କିଶୋରୀ ସ୍ୱାସ୍ଥ୍ୟ, ପୃଷ୍ଟି ଓ ବାଲ୍ୟ ବିବାହ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ଗ୍ରାମରୁ କିଶୋରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସିଡବ୍ଲୁଏସ କର୍ମୀ ପ୍ରହଲ୍ଲାଦ ପଧାନ ସ୍ୱାଗତ ଭାଷଣ ଦେବା ସହିତ କର୍ମଶାଳାର ଉଦେଶ୍ୟ ଜ୍ଞାପନ କରିଥିଲେ । ଏହି କାର୍ୟ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ନୁନିଆପାଲି ସରପଞ୍ଚ ସହଦେଵ ସାହୁ ଓ ଶିଶୁବିକାଶ ପ୍ରକଳ୍ପ ସୁପରଭାଇଜର କୁନି ଦୀପ ଯୋଗଦେଇ ବର୍ତମାନ ପରିସ୍ଥିତିରେ କିଶୋରୀ ମାନଙ୍କ ସ୍ଥିତି ଉପରେ ମତବ୍ୟକ୍ତ କରିଥିଲେ । ତାଲିମଦାତା ହୀରାଲାଲ ମିଶ୍ର କିଶୋରୀ ମାନଙ୍କ ଜୀବନଚକ୍ରର ପରିବର୍ତନ, ପୋଷକଯୁକ୍ତ ଖାଦ୍ୟ, ଆଇରନଯୁକ୍ତ ଔଷଧର ବ୍ୟବସ୍ଥା, ସାଧାରଣ ମାସିକ ଧର୍ମରେ ନିଜେ ଯତ୍ନବାନ ହେବା ତଥା କମ ବୟସରେ ବାହା ନ ହେବା ନେଇ ସରକାରୀ ଆଇନକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କର୍ମଶାଳାରେ ନାଚଗୀତ ମାଧ୍ୟମରେ କିଶୋରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା । କର୍ମଶାଳାର ଶେଷ ପର୍ୟ୍ୟାୟରେ କିଶୋରୀ ମାନଂକୁ ନେଇ ଏକ ଯୋଜନା ପ୍ରସ୍ତୁତ କରାଯିବା ସହିତ ବାଲ୍ୟବିବାହ ରୋକିବା ପାଇଁ ସାମୁହିକ ସ୍ତରରେ ଶପଥ ଗ୍ରହଣ କାର୍ୟ୍ୟକ୍ରମ କରାଯାଇଥିଲା । ପରିଶେଷରେ ଗୋବିନ୍ଦ ଚନ୍ଦ୍ର ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post