![om academy](https://koshalaprabahalive.com/wp-content/uploads/2024/05/kkkk.jpg)
କୁଡାସିଂହା, (କେପିଏନ୍ଏସ୍) : ଟିକ୍ରାପଡା ଗ୍ରାମ ପଞ୍ଚାୟତର କୁଡାସିଂହା ଗ୍ରାମରେ ସପ୍ନେଶ୍ୱର ବାବା କିକ୍ରେଟ୍ କ୍ଲବ ଆନୁକୂଲ୍ୟରେ ୧୫ତମ କିକ୍ରେଟ୍ ଟୁର୍ଣ୍ଟାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଟାମେଣ୍ଟ ୫ ଦିନ ଧରି ଚାଲିଥିବା ବେଳେ ଗତକାଲି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ବେଲପଡା ବ୍ଲକର ସରପଞ୍ଚ ସଂଘ ସଭାପତି ହରିଶଚନ୍ଦ୍ର ବୁଡେକ, ସମ୍ମାନିତ ଅତିଥି ଭାବରେ ଯୋଗମଣ୍ତଳ ସରପଞ୍ଚ ସୁରଜ କୁମାର ସେଠ୍ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଫାଇନାଲ ମ୍ୟାଚରେ ଧୁମାଭଟା ଦଳ ଓ ବେଲପଡା ଦଳ ମଧ୍ୟରେ ଜୋର୍ଦାର୍ ଟକ୍ଟର ହୋଇଥିଲା । ଧୁମାଭଟା ଦଳ ୭୦ ରନ୍ କରି ବେଲପଡା ଦଳକୁ ଅଲ୍ ଆଉଟ୍ କରି ପରାସ୍ତ କରିଥିଲା ଓ ଧୁମାଭଟା ଦଳ ବିଜୟ ଲାଭ କରିଥିଲେ ।
![](https://koshalaprabahalive.com/wp-content/uploads/2023/02/81a883a6-fa99-4fca-9a85-a2f5f0d6a1a3.jpg)