oom

ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ ଗନ୍ଧର୍ଲା ଗ୍ରାମରେ ଥିବା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପ କୁମାର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠ ଶବର, ସମ୍ମାନିତ ଅତିଥି ଏବିଇଓ ଜୟନ୍ତ ପଧାନ, ଜମିଦାତା ପୂର୍ଣ୍ଣଚନ୍ଦ୍ର ନାଗ, ପଂଚାୟତ ଉଚ୍ଚ ବିଦ୍ୟାଳୟର ପୂର୍ବତନ ସମ୍ପାଦକ ସଦାନନ୍ଦ ଶତପଥି, ପୂର୍ବ ଉପସଭାପତି ଧର୍ମାନନ୍ଦ ରଣା, ସିଆରସିସି କୁମରମଣି ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଉଦ୍‌ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସମ୍ମାନିତ ଅତିଥି ସିନ୍ଧେକେଲା ଜୋନ ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ଗନ୍ଧର୍ଲା ସରପଞ୍ଚ ଚାହାନ୍ତି କନ୍ଧପାଣି, ସମିତି ସଭ୍ୟା ଅହଲ୍ୟା ଭୋଇ, ନାଏବ ସରପଞ୍ଚ ଅଭିରାମ ଗୁରୁ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ତ୍ରିପାଠୀ ଯୋଗ ଦେଇଥିଲେ । ବିଜ୍ଞାନ ମେଳାରେ ବିଭିନ୍ନ ବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଜ୍ଞାନ ମେଳା ଆୟୋଜନର ଆବାହକ ଚମାର ମେହେର, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଙ୍କଜ ମେହେର, ବ୍ଲକ ବିଜ୍ଞାନ ସଂଯୋଜକ ଗଣପତି ସାହୁ ସାମିଲ ହୋଇଥିଲେ । ଶ୍ରେଷ୍ଠ ୧୦ଟି ପ୍ରକଳ୍ପକୁ ପୁରସ୍କୃତ କରାଯାଇଥିଲା । ବିଚାରକ ଭାବେ ଶିକ୍ଷକ ପାର୍ଥସାରଥୀ ପଣ୍ଡା, କିଶୋର ଚନ୍ଦ୍ର ପଣ୍ଡା ଦାୟିତ୍ୱ ତୁଳାଇଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.