jayashree

କେନକେବାରେ ଭାରତୀୟ କିଷାନ ସଂଘ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କେନକେବା ଗ୍ରାମ ସ୍ଥିତ ଶିବ ମନ୍ଦିର ଠାରେ ଭାରତୀୟ କିଷାନ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଘ ଜିଲ୍ଲା ସଭାପତି ରାମଚନ୍ଦ୍ର ବିଶ୍ୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ପ୍ରାଦେଶିକ ସ୍ତରରୁ ରାଧାକୃଷ୍ଣ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାର୍ଗ ଦର୍ଶନ ସହ ଉଦ୍‌ବୋଧନ ଦେଇଥିଲେ । ସଂଘ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ଆଗାମୀ ଦିନରେ ଚାଷୀ ସମସ୍ୟାର ସମାଧାନ ପାଇଁ ଦୂର୍ବାର ଲଢେ଼ଇ ଆନ୍ଦୋଳନ କରିବା ପାଇଁ କହିଥିଲେ । ଆସନ୍ତା ଡିସେମ୍ବର ୭ ତାରିଖରେ ଜିଲ୍ଲାର ଚାଷୀ ସମସ୍ୟା ନେଇ ଏକ ଦାବୀପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଦାବୀ ପୂରଣ ନେଇ ସଂଘର ନିର୍ଦ୍ଦେଶ ମୁତାବକ ସର୍ବଭାରତୀୟ ସ୍ତରରେ ଡିସେମ୍ବର ୧୯ ତାରିଖରେ ଲାଭାଂଶ ମୂଲ୍ୟ ଓ ଅନ୍ୟାନ୍ୟ ଚାଷୀ ସମସ୍ୟା ଉପରେ ଜିଲ୍ଲାର ସମସ୍ତେ ସାମୁହିକ ଭାବେ ପ୍ରାଦେଶିକ ସ୍ତରରେ ସାମିଲ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଦିଲ୍ଲୀପ ଠାକୁର ପରିଚାଳନା କରିଥିଲେ ।

Leave A Reply

Your email address will not be published.