
ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଠାରେ ଭାରତୀୟ ଯବାନମାନଙ୍କ ସମ୍ମାନରେ ତାଙ୍କୁ ସମର୍ପିତ କରିବା ଉଦ୍ଦେଶ୍ୟରେ ଏକ ରନ୍ ଫର୍ ସୋଲ୍ଜର ବା ଭାରତୀୟ ଯବାନମାନଙ୍କ ପାଇଁ ସମର୍ପିତ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ତଥା ଅଞ୍ଚଳର ଶହେ ଜଣରୁ ଅଧିକ ଯୁବକ, ଯୁବତୀଙ୍କ ସହ ବିଶିଷ୍ଠ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ । ପରେ ସ୍ଥାନୀୟ ଜବାହାରଲାଲ ମହାବିଦ୍ୟାଳୟ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା । ଆୟୋଜିତ ସଭାରେ ଜୟ ଜବାନ ଜୟ କିଷାନ ନାରା ଦିଆଯାଇଥିଲା । ପରେ ଏକ ଗଣଦୌଡ଼ ଆରମ୍ଭ ହୋଇ ପାଟଣାଗଡ଼ ସହରର ମୁଖ୍ୟ ରାସ୍ତା ପରିକ୍ରମା କରି ରମାଇଁ ହାଇସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ପହଞ୍ଚିଥିଲା । ସଭାରେ ପାଟଣାଗଡ଼ ଅଞ୍ଚଳର ଯୁବକ ପ୍ରଶାନ୍ତ ସାହୁ ଯୋଗଦେଇ ଯବାନମାନଙ୍କ ତ୍ୟାଗ ଓ ଦେଶ ମାତୃକାର ସେବା ତାଙ୍କ ବଳିଦାନ ସହ ଗର୍ବ ଓ ଗୌରବ ଗାଥା ବର୍ଣ୍ଣନା କରିଥିଲେ । ଏଥିରେ ଆନନ୍ଦ ବୁଡେକ, ସୋନୁ ହାତୀ, ଅଭିନାଶ ପାଣିଗ୍ରାହୀ, ଗୋପି, ଜୟନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସନ୍ୟାସୀ ନାଗ ଧନ୍ୟବାଦ ଦେଇଥିଲେ ।
