om academy

ସଇଁନ୍ତଲା ବ୍ଳକରେ ରାଜନେତାଙ୍କ ଯୁଦ୍ଧରେ ପଡି ରହିଛି ୨ କୋଟିର ଅନୁଦାନ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ବିଭିନ୍ନ ଉନ୍ନୟନ କାମ କରିବା ପାଇଁ ୨ କୋଟି ଟଙ୍କାର ଅନୁଦାନ ଆସି ପଡିରହିଥିବା ଜଣାପଡିଛି । ଖର୍ଚ୍ଚ କରିବା ପାଇଁ ପ୍ରକଳ୍ପ ଚୟନ ବି କରାଯାଇଛି, ହେଲେ ରାଜନେତାମାନଙ୍କ ଯୁଦ୍ଧରେ କାମ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି । କୁଆଡେ ଭାଗବଣ୍ଟା ଛିଣ୍ଡୁ ନ ଥିବା ଯୋଗୁଁ ଏଭଳି ପରିସ୍ଥିତି ଦେଖା ଦେଇଥିବା ନେଇ ଲୋକେ ଚର୍ଚ୍ଚା କରୁଛନ୍ତି । ପ୍ରକାଶ ଥାଉକି ବ୍ଳକର ୨୨ଟି ପଞ୍ଚାୟତ ଅଞ୍ଚଳର ପ୍ରାୟ ୫୦ଟି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ତେବେ ବିଜେଡି-କଂଗ୍ରେସ ଦଳରେ ଭାଗବଣ୍ଟାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି । ଗତ ଅଗଷ୍ଟ ମାସରେ ପ୍ରାୟ ୫୦ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ମୁଖ୍ୟାଳୟରୁ ଆଦେଶ ମିଳି ସାରିଛି । ଇତି ମଧ୍ୟରେ ୪ ମାସରୁ ଅଧିକ ଦିନ ବିତିଗଲାଣି ହେଲେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ପ୍ରକଳ୍ପର ଫାଇଲ ଖୋଲାଯାଇ ନ ଥିବା ବେଳେ କାର୍ଯ୍ୟାଦେଶ ମଧ୍ୟ କାହାକୁ ଦିଆଯାଇ ନାହିଁ । ବିଜେଡି ଦଳ ଓ କଂଗ୍ରେସ ଦଳ ଭାଗବଣ୍ଟାକୁ ନେଇ ଚା’ ଦୋକାନରେ ବି ଚର୍ଚ୍ଚା ଘନଉଛି ।

Leave A Reply

Your email address will not be published.