ଆଗଲପୁର ବ୍ଲକ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଫିସ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଆହ୍ବାନ କ୍ରମେ ରାଜ୍ୟର ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ୩ ଦଫା ଦାବୀ ଯଥା କେନ୍ଦ୍ରୀୟ ହାରରେ ୬ଗୋଟି ଇନକ୍ରିମେଣ୍ଟ ପ୍ରଦାନ ସହ ମୂଳ ଚାକିରି ନିଯୁକ୍ତିରେ ଗଣନା, ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୪୨୦୦ ଗ୍ରେଡ ପେ ପ୍ରଦାନ ଓ ପିଏସ୍‌ ଦାବୀ ପୂରଣ ନହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ଆଗଲପୁର ସଂଘର ସଭାପତି ଜୟରାମ ଧଳ ପ୍ରକାଶ କରିଛନ୍ତି । ଏହାସହ ୫-୮-୨୩ରୁ ଓଡିଶାର ୩୧୪ ଟି ବ୍ଲକ ଶିକ୍ଷା ଅଧିକାରୀ ଓ ୧୧-୮-୨୩ ତାରିଖରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । କିଂତୁ ସରକାର ଶିକ୍ଷକମାନଙ୍କ ଦାବୀକୁ ଅଣଦେଖା କରିବାରୁ ଆଜି ଓଡିଶାର ଶିକ୍ଷକ ସଂଘ ବ୍ଲକ ସମ୍ମୁଖରେ ଗଣଧାରଣା ଦେବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଆଗାମୀ ଦିନରେ ସ୍କୁଲ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏହି ଆନ୍ଦୋଳନ ଆଗାମୀ ଦିନରେ ଆହୁରି ତୀବ୍ରତର ହେବ ବୋଲି ଶିକ୍ଷ ସଂଘର ସଭାପତି ଜୟରାମ ଧଳ, ଉପସଭାନେତ୍ରୀ ସରୋଜିନୀ ନନ୍ଦ, ସଂପାଦକ ଯୋଗିନ୍ଦ୍ର ଦାସ, ସହସଂପାଦକ ଜ୍ୟୋତିର୍ମୟମିଶ୍ର ଓ ଶତାଧିକ ଶିକ୍ଷକ, ଶିକ୍ଷୟତ୍ରୀ ଆନ୍ଦୋଳନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.