ରାଉରକେଲା କଲେଜରେ ମାସିକ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ଓଡ଼ିଆ ବିଭାଗ, ରାଉରକେଲା କଲେଜର ମିଳିତ ଆନୁକୂଲ୍ୟରେ ମାସିକ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ଯେ, ପବନ, ନଈ, ପକ୍ଷୀ ପରି ସାହିତ୍ୟ କୌଣସି ସରହଦ ଭିତରେ ଆବଦ୍ଧ ନୁହେଁ । ନାଟକ ଦୃଶ୍ୟ କାବ୍ୟ ଏବଂ ଏହା ଦର୍ଶକ ଆଗରେ ଚଲାବୁଲା କରେ, କଥାବାର୍ତ୍ତା କରେ । ସାହିତ୍ୟର ସବୁ ବିଭାଗର ପେଟରେ ଗଳ୍ପ ନିହତ ଥିଲା ବେଳେ ଗୀତିକବିତାର ଗୀତିମୟତା, ସଂକ୍ଷିପ୍ତତା, ସରଳତା ପାଠକର ହୃଦୟକୁ ସର୍ବଦା ଆପ୍ଲୁତ କରିଥାଏ । ସାହିତ୍ୟ ପରିଷଦର ରାଉରକେଲା ଶାଖା ସଭାପତି ତଥା କଲେଜର ଅଧ୍ୟକ୍ଷ ଡଃ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପ୍ରଥମ ଅଧିବେଶନ ନାଟ୍ୟାଲୋଚନାରେ ମୁଖ୍ୟଅତିଥି ଭାବେ ନୀଳଶୈଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ଗଜେନ୍ଦ୍ର ନାଥ ଦାଶ, ‘ସାଂପ୍ରତିକ ନାଟ୍ୟ ଧାରା ଓ ‘କୋକୁଆ’ ନାଟକ’ ଶୀର୍ଷକର ବିଷୟ ବିଶେଷଜ୍ଞ ଭାବେ ବିଶିଷ୍ଟ ନାଟ୍ୟକାର ତଥା ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡଃ. ସଞ୍ଜୟ କୁମାର ହାତୀ ଯୋଗ ଦେଇଥିବା ବେଳେ ବିଶିଷ୍ଟ କବି, ସମାଲୋଚକ ଡଃ. ଅଶ୍ୱିନୀ କୁମାର ରାୟଙ୍କ ସଭାପତିତ୍ୱରେ ଦ୍ୱିତୀୟ ଅଧିବେଶନରେ ଗଳ୍ପ ପାଠ କରିଥିଲେ ଗାଳ୍ପିକ ସଞ୍ଜୀବ କୁମାର ଭୋଇ, ଡଃ. ସଞ୍ଜୟ କୁମାର ହାତୀ । ଗଳ୍ପକୁ ସମୀକ୍ଷା କରିଥିଲେ ବିଶିଷ୍ଟ ଗାଳ୍ପିକ କାଶୀନାଥ ନନ୍ଦୀ । ଓଡ଼ିଆ ଅଧ୍ୟାପିକା ପ୍ରିୟଙ୍କା ପଲାଇ ଏବଂ ଓଡ଼ିଆ ବିଭାଗ ଛାତ୍ରୀ ଅପର୍ଣ୍ଣା ପାହାରୀଙ୍କ ସଂଯୋଜନାରେ ପରିଚିତ କବିମାନଙ୍କର ଗୀତିକବିତା ଆବୃତ୍ତି କରିଥିଲେ କବି ତ୍ରିଲୋଚନ ସ୍ୱାଇଁ ଏବଂ ସୌମ୍ୟରଞ୍ଜନ ମହାନ୍ତି, କରିସ୍ମା ନାୟକ, ପୂଜା କୁସୁମ, ଲିପ୍ସା ବଳିୟାରସିଂହ, ସୋନାଲି ମହାନନ୍ଦ, ସୁଶ୍ରୀ ରେଖା ବେହେରା, ଅନିମା ମୁଣ୍ଡା, ଆରସୀ ସେନାପତି ପ୍ରମୁଖ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ । ପ୍ରଥମ ଅଧିବେଶନରେ ଓଡ଼ିଆ ବିଭାଗ ମୁଖ୍ୟ ରଶ୍ମିପ୍ରଭା ମଥାନ ଏବଂ ଦ୍ୱିତୀୟ ଅଧିବେଶନରେ ଦର୍ଶନ ଶାସ୍ତ୍ର ଅଧ୍ୟାପକ ରଞ୍ଜିତ ପ୍ରଧାନ ସଭା ପରିଚାଳନା କରିଥିଲେ । ଅତିଥିମାନଙ୍କର ପରିଚୟ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ପ୍ରଦାନ କରିଥିଲା ବେଳେ ସାହିତ୍ୟ ପରିଷଦର ସହ ସଂପାଦକ ମନୋଜ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଶ୍ରୀ ରାଉତ, ତପସ୍ଵିନୀ କୁମ୍ଭାର, ପ୍ରକାଶ ଓଝା, ହିମାଂଶୁ ନାୟକ, ଶ୍ରୀୟା ବାଗ, ଗୋପାଳକୃଷ୍ଣ ଦାଶ, ବିକି ନାଗ, ରୋହିତ ବେବର୍ତ୍ତା, ଶିବାନୀ କେର୍କେଟା, ଅଙ୍କିତା ବାର୍ଲା, ଜ୍ୟୋତ୍ସ୍ନା ଏକ୍କା, ସଂଧ୍ୟା ରାଣୀ ବେହେରା, ଛବିଳ ସେଠୀ, ଚାନ୍ଦିନୀ ସେଠୀ, ଏଞ୍ଜେଲା କୁଜୁର, ସରସ୍ଵତୀ ମାଣିକପୁରୀ, ଇପ୍ସିତା ଲାକ୍ରା, ଶ୍ରୁତି କୁମାର, ପ୍ରୀତି କୁମାର, ରାଣୀ ବାଡ଼ା, ସରୋଜିନୀ ମାହାଲି, ସୁଜାତା ସିଂହ ପ୍ରମୁଖ ଓଡ଼ିଆ ଛାତ୍ରଛାତ୍ରୀ ଆଲୋଚନାଚକ୍ରରେ ସକ୍ରିୟ ସହଯୋଗ କରିଥିଲେ । ଆଲୋଚନାଚକ୍ରରେ ରାଉରକେଲାର ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ସାହିତ୍ୟ ପିପାସାକୁ ପ୍ରଶମିତ କରାଇଥିଲେ ।

Leave A Reply

Your email address will not be published.