jayashree

ପାଟଣାଗଡ ଉପଖଣ୍ଡସ୍ତରୀୟ ସମସ୍ୟା ଉପରେ ପ୍ରଶାସନ ସହିତ ସିଟିଜେନ କମିଟିର ଆଲୋଚନା

ପାଟଣାଗଡ, (ସଦାଶିବ ସରାଫ) : ପାଟଣାଗଡ ସହରର ପ୍ରତ୍ୟେକ ୱାର୍ଡକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ସହିତ ପାଟଣାଗଡ ବ୍ଲକ, ବେଲପଡା ବ୍ଲକ ଏବଂ ଖପ୍ରାଖୋଲ ବ୍ଲକର ସମସ୍ତ ଗାଁକୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା, ପାଟଣାଗଡ ସହର ବାସିନ୍ଦା ପାଇଁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣର ସ୍ଥାୟୀ ସମାଧାନ ପାଇଁ ସୁକତେଲ ନଦୀରୁ ପାଇପ ଯୋଗେ ଜଳ ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା, ପାଟଣାଗଡ ସହରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଉଲବା ଭାୟା ତେଣ୍ଡାପଦର-ରାମପୁର-ରାମପାଲି-ବଥର୍ଲା ବାଟ ଦେଇ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଆସନ୍ତା ମଇ ମାସ ଠାରୁ ଆରମ୍ଭ କରିବା, ପାଟଣାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା କରାଯାଇଥିଲା । ଏହା ସହିତ ହରିଶଙ୍କର ଠାରେ ୧ ମଇରୁ ୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନବ୍ୟାପି ହେବାକୁ ଥିବା ରାଜ୍ୟସ୍ତରୀୟ ହରିଶଙ୍କର ମହୋତ୍ସବକୁ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା ପାଇଁ ପୋଲିସ, ପ୍ରଶାସନ, ମନ୍ଦିର ପରିଚାଳନା କମିଟି, ସଚେତନ ନାଗରିକ, ସ୍ୱେଚ୍ଛାସେବୀ ସହଯୋଗ କରିବାକୁ ସଭାପତି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପାଟଣାଗଡ ସହର ନିକଟରେ ପ୍ରବାହିତ ମାୟାବତୀ ନଦୀ ଏବଂ ସ୍ୱର୍ଣ୍ଣଭଦ୍ରା ନଦୀରେ ଜଳ ସଂରକ୍ଷଣ ପାଇଁ ବ୍ୟାରେଜ ଏବଂ ଚେକ ଡ୍ୟାମ ନିର୍ମାଣ ପାଇଁ ମଧ୍ୟ କମିଟି ତରଫରୁ ପ୍ରସ୍ତାବ ଦିଆଯାଇଥିଲା । ପାଟଣାଗଡ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ତହସିଲଦାର ଲକ୍ଷ୍ମଣ ମାଝି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ, ଏସଡ଼ିଓ ବିଦ୍ୟୁତ ବିଭାଗ, ଏସଡ଼ିଓ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ, ଏସଡ଼ିଓ ପବ୍ଲିକ ୱାର୍କ୍ସ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ, ଯନ୍ତ୍ରୀ ଜନ ସ୍ୱାସ୍ଥ୍ୟ ବିଭାଗ ଉପସ୍ଥିତ ଥିବାବେଳେ ସିଟିଜେନ କମିଟି ତରଫରୁ ସଭାପତି ଘନଶ୍ୟାମ ମେହେର, ସମ୍ପାଦକ ସବ୍ୟସାଚୀ ମାଝି, ଡମ୍ବରୁ ପାଣିଗ୍ରାହୀ, ଅରକ୍ଷିତ ଯୋଶୀ, ରାଧେଶ୍ୟାମ ମିଶ୍ର, ମହାଦେବ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.