oom

ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନୋଡ଼ସ୍ ବ୍ଲଗ୍ ପରିବାର ତରଫରୁ ରାଜ୍ୟ ସ୍ତରୀୟ ଅନ୍ ଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନୋଡ଼ସ୍ ବ୍ଲଗ୍ ପରିବାର ତରଫରୁ ଏକ ରାଜ୍ୟ ସ୍ତରୀୟ ଅନ୍ ଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା । ଯାହାର ଶୀର୍ଷକ ଥିଲା ନୋଡସ୍ ବ୍ଲଗ୍ ସାହିତ୍ୟିକ କ୍ଷେତ୍ରରେ ଏକ ପୃଷ୍ଠଭୂମି ତିଆରି କରିବାରେ ସଫଳ କି ଅସଫଳ । ଯେଉଁଥିରେ ଚାରୋଟି ଭାଷା ଯଥା ଇଂରାଜୀ, ହିନ୍ଦୀ, ଓଡ଼ିଆ ଓ ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର ବିକାଶ ଉପରେ ବିସ୍ତୃତ ଭାବରେ ଆଲୋଚନା କରା ଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କବିରତ୍ନ କୃଷ୍ଣଚନ୍ଦ୍ର ଭୋଇ, ଡ଼ କ୍ଷୀରୋଦିନୀ ବେହେରା, ଡ଼ ମାନସ ରଞ୍ଜନ ପଣ୍ଡା ଏବଂ ଶ୍ରୀମତୀ ଦୀପ୍ତି ରାଣୀ ସିଂହ ଯୋଗଦାନ କରିଥିଲେ । ସଭାକାର୍ୟ୍ୟ ଟିକୁ ନୋଡସ୍ ବ୍ଲଗର ପ୍ରତିଷ୍ଠାତା ସୁଶ୍ରୀ ପୋତଶ୍ରୀୟା ବଢେଇ ପରିଚାଳନା କରିବା ସହିତ ମୋନାଲିସା ସିଂ ଏକ ଦେଶାତ୍ମବୋଧକ ସଙ୍ଗୀତପରିବେଷଣ କରିଥିଲେ । ନୋଡସ୍ ବ୍ଲଗର ସୂର୍ୟ୍ୟକାନ୍ତ ମିଶ୍ର, ମିତାଲୀ ମଧୁସ୍ମିତା କର, ରାଇରଞ୍ଜନ ନନ୍ଦ, ସ୍ବାଗତମ ରଥ, ରୋଶନ ସାହୁ, ସରୋଜ କୁମାର ଆଚାର୍ୟ୍ୟ, ଆକାଶ ସାହୁ,ସରୋଜ ସାହୁ, ମିଥୁନ ନାୟକ, କମଳ ବରିହା, ଦିଲେଶ ମେହେର, ମୋନାଲିସା ସିଂ, ଆକାଂକ୍ଷା ଶର୍ମା, ଦିଲେଶ୍ୱରୀ ମେହର, ସୁମନ୍ତ ସାହୁ, ବିନୟ କୁମାର ମହାନ୍ତି, ଅନିଲ ସାହୁ ଆଦି ସଭ୍ୟବୃନ୍ଦ ସକ୍ରିୟ ଭାବରେ ଅଂଶଗ୍ରହଣ କରି ନିଜ ନିଜ ସୁଚିନ୍ତ ମତାମତ ପ୍ରଦାନ କରିଥିଲେ । ସମସ୍ତଙ୍କର ଉପସ୍ଥାପନା ବେଶ୍ ଉଚ୍ଚକୋଟୀର ଓ ଶିକ୍ଷଣୀୟ ଥିଲା । ଗଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ହୋଇଥିବା ନୋଡ଼ସ୍ ବ୍ଲଗର ଆଲୋଚନା ଚକ୍ରରେ ନୋଡ଼ସ୍ ବ୍ଲଗ୍ ଦେଶର ସାହିତ୍ୟିକ କ୍ଷେତ୍ରରେ ଏକ ବିପ୍ଳବିକ ପୃଷ୍ଠଭୂମି ତିଆରି କରି ରାଷ୍ଟ୍ରୀୟ ଓ ଅନ୍ତ ରାଷ୍ଟ୍ରୀୟ ସ୍ତରରେ ସଫଳ ରୂପାୟନ ଦେବାକୁ ସମସ୍ତେ ସଂକଳ୍ପ ବଦ୍ଧ ହୋଇଥିଲେ । ସାହିତ୍ୟର ବିକାଶ ଏବଂ ଉଜ୍ବଳ ଭବିଷ୍ୟତ ପାଇଁ ନୋଡସ୍ ବ୍ଲଗ୍ ପରିବାର ତରଫରୁ ଏହିପରି ଅନେକ ପାଠ୍ୟଚକ୍ର ଅନୁଷ୍ଠିତ ହେଉଛି ଏବଂ ହେଉଥିବ ମଧ୍ୟ । ଶେଷରେ ନୋଡସ୍ ବ୍ଲଗ୍ ପରିବାରର ସୂର୍ୟ୍ୟକାନ୍ତ ମିଶ୍ର ଧନ୍ୟବାଦ୍ ଅର୍ପଣ କରି ସଭାକାର୍ୟ୍ୟ ଟିକୁ ସମାପ୍ତ କରି ଥିଲେ ।

jittmm
Leave A Reply

Your email address will not be published.