oom

ଓଡ଼ିଶାର ପ୍ରାଣ : ଲୋକକଳା ଆଲୋଚନାଚକ୍ର ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ପକ୍ଷ ଅବସରରେ ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଆନୁକୂଲ୍ୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ତରଫରୁ ମାସିକ ସାରସ୍ୱତ ସମାବେଶରେ ‘ଓଡ଼ିଶାର ପ୍ରାଣ ଲୋକକଳା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱ ପରିଷଦର ସାଧାରଣ ସମ୍ପାଦକ ଡ. ସୁଷମା ମୋଦୀଙ୍କ ଆବାହକତ୍ଵ ତଥା ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ବିଷୟ ବିଶେଷଜ୍ଞ ଭାବରେ ବିଶିଷ୍ଟ କବି ରାଜୀବ ପାଣି ଏବଂ ଭଦ୍ରକ ଆଗରପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ଓଡ଼ିଆ ପ୍ରାଧ୍ୟାପକ ଡ. ନାରାୟଣ ସେନାପତି ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଲୋକକଳା ପ୍ରକୃତିର ପ୍ରତିବିମ୍ବ । ଲୋକକଳା ଲୋକ ଜୀବନ ଛବି । ଏହା ବ୍ୟକ୍ତି ଓ ବୃଷ୍ଟି ମଧ୍ୟରେ ସମ୍ପର୍କର ସେତୁ, ଜାତିର ପରିଚୟ, ଜାତୀୟ ଅଭିମାନ । ଲୋକକଳା, ଜୀଇଁବାର କଳା ଶିଖାଇଛି, ଜୀବିକାର ଉତ୍ସ ପାଲଟିଛି । ଲୋକକଳାର ସଂରକ୍ଷଣ ଓ ସମ୍ବର୍ଦ୍ଧନ ଓଡ଼ିଶାକୁ ଗତି ଦେବ, ମୁକ୍ତି ଦେବ, ସାଥୀ ଦେବ, ସ୍ୱପ୍ନ ଦେବ । ପ୍ରାରମ୍ଭରେ ସଭାପତି ଡ. ଜେନା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସ୍ୱାଗତ ଭାଷଣ ସହ ଅନୁଷ୍ଠାନର ଲକ୍ଷ୍ୟ ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଗାଳ୍ପିକ ଅଜୟ କୁମାର ମହାନ୍ତି ‘ ପାରା ‘ ଶୀର୍ଷକ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଡ଼ ସୁଷମା ମୋଦୀଙ୍କ ସଭାପତିତ୍ୱ ଓ କବୀ ଗୀତାରାଣୀ ବେହେରା ଓ ଲଳିତା ବେହେରାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବ୍ରଜେନ୍ଦ୍ର ଦାଶ, କୁଞ୍ଜବିହାରୀ ରାଉତ, ଧରିତ୍ରୀ ପାଇକରାୟ, ସଂଜୀବ ଭୋଇ, ତ୍ରିଲୋଚନ ସ୍ୱାଇଁ, କରୁଣାକର ପାଟ୍ଟଶାଣୀ, ନିରୁପମା ପତି, ଲଳିତା ବେହେରା, ରମାକାନ୍ତ ସାମଲ ଓ ଗୀତାରାଣୀ ବେହେରା ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖାରେ ଆଜୀବନ ସଦସ୍ୟ ଭାବେ ତ୍ରିଲୋଚନ ସ୍ୱାଇଁ, ନୂତନ ସଦସ୍ୟ ଭାବରେ ପ୍ରାଧ୍ୟାପକ ଆଭାସ କୁମାର ହୋତା, ଅଜୟ କୁମାର ବେହେରା, ଗୀତାରାଣୀ ବେହେରା, ଡ ସୁଶାନ୍ତ କୁମାର କିଷାନଙ୍କୁ ଉପଢୌକନ ଓ ଶ୍ରୀଫଳ ଦେଇ ସ୍ୱାଗତ କରାଯାଇଥିଲା । ସଂଯୋଜକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସଞ୍ଜୀବ କୁମାର ଭୋଇ, ମନୋଜ କୁମାର ଚୌଧୁରୀ, କାଶୀନାଥ ନନ୍ଦୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ଜ୍ଞାନରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.