ହାତୀ ଆକ୍ରମଣରେ ଚାଲିଗଲେ ଦୁଃଶାସନ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଆଜି ସକାଳେ ହାତୀ ଆକ୍ରମଣରେ ତୁଳସୀପାଳ ଗ୍ରାମର ଦୁଃଶାସନ ଗୋଛାୟତଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଦୁଃଶାସନ (୫୫) ଆଜି ପାହାନ୍ତାରେ ଘର ବାହାରକୁ ଯାଇଥିବା ବେଳେ ହଠାତ୍ ଏକ ହାତୀ ତାଙ୍କୁ ପାଦରେ ଦଳିଦେଇଥିଲା । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସକାଳେ ଗାଁଲୋକେ ଦୁଃଶାସନ ଗୋଛାୟତଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ସେମାନେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ ।

Leave A Reply

Your email address will not be published.