oom

ବଲାଙ୍ଗିର ଠାରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ମହିଳା ଶାଖାର ପ୍ରଥମ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନବ ଗଠିତ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ମହିଳା ଶାଖାର ପ୍ରଥମ ଭର୍ଚ୍ଚୁଏଲ ବୈଠକ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପୂର୍ବ କ୍ଷେତ୍ରର ମହାମନ୍ତ୍ରୀ ରାମଚନ୍ଦ୍ର ସ୍ୱାଇଁ ଏଥିରେ ଯୋଗ ଦେଇ ମହିଳାମାନଙ୍କର ସମାଜ ଗଠନରେ ଭୂମିକା ଓ ଖାଉଟି ମାମଲାରେ ସେମାନଙ୍କର ସହଭାଗିତା ଉପରେ ବର୍ଣ୍ଣନା କରି ଖାଉଟି ମାମଲାରେ ପୁରୁଷମାନଙ୍କ ଅପେକ୍ଷା ମା’ ମାନଙ୍କର ବିଶେଷ ଭୂମିକା ରହିଛି ବୋଲି ସେ କହିଥିଲେ । ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ରାଜ୍ୟ ମହିଳା ପ୍ରମୁଖ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ସଂସ୍କୃତ ବିଭାଗ ମୁଖ୍ୟ ଓ ଏସ୍‌ଏସ୍‌ଜି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟା ଜୟଶ୍ରୀ ମଲ୍ଲିକ ଯୋଗଦେଇ ଗ୍ରାହକ ପଞ୍ଚାୟତର ମହିଳାମାନଙ୍କର କାର୍ଯ୍ୟ ଓ ତାଙ୍କ ଭୂମିକା ସଂପର୍କରେ ଅବଗତ କରାଇଥିଲେ । ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ରଂଜିତା ମିଶ୍ର ପରି·ଳନା କରିଥିଲେ । ସଭାକୁ ଆରମ୍ଭରୁ ମାଳତି ଉଦ୍‌ଗାତା ସଂଗଠନ ମନ୍ତ୍ର ପାଠ କରିଥିଲେ । ଏହି ବୈଠକରେ ରାଉରକେଳାର ସରିତା ପଣ୍ଡା, ସିଲି ମହାନ୍ତି, ସୁନ୍ଦରଗଡର ସାମ୍ବାଦିକା ମୀନାକ୍ଷୀ ନାଏକ, ଏଡଭୋକେଟ ମଞ୍ଜୁ ପଟେଲ, ଧମାଲି ପଟେଲ, ଭବାନୀପାଟଣାର ଦମୟନ୍ତି ପଣ୍ଡାଙ୍କ ସମେତ ବଲାଙ୍ଗିରର ସଦସ୍ୟା ମଞ୍ଜୁଳା ମିଶ୍ର, ମୃମୟୀ ମିଶ୍ର, ନିହାରୀକା ମିଶ୍ର, ପଦ୍ମଜା ବହିଦାର, ପୁଷ୍ପା ପାଣି, ସବିତାଞ୍ଜଳି ଉଦ୍‌ଗାତା, ସଂଗିତା ମିଶ୍ର, ସରିତା ପଣ୍ଡା, ସରୋଜା ମାଝି, ବୀଣାପାଣି ଆ·ର୍ଯ୍ୟ, କବିତା ମିଶ୍ର, କୁମୁଦିନି ଗହିର, ସ୍ୱସ୍ଥିସାଧନା ମିଶ୍ର, ସୁଭନି ମହାଲିଙ୍ଗ, ସୁମିତା ପଟ୍ଟନାୟକଙ୍କ ସମେତ ଓଡିଶା ପଶ୍ଚିମ ରାଜ୍ୟ ସଭାପତି ରାଧାମାଧବ ବହିଦାର, ସଂଗଠନ ସଂପାଦକ ବଦ୍ରିନାରାୟଣ ମହାରଣା, ରାଜ୍ୟ ସାଧାରଣ ସଂପାଦକ ମାଲିକଲାଲ ବର୍ମା, ପ୍ରଚାର ପ୍ରମୁଖ ଇଂ. କିଶୋର ମୋହନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ କସ୍ତୁରୀ ରଥ ଧନ୍ୟବାଦ ଦେଇଥିଲେ ଏବଂ କୁସୁମ ଶତପଥୀ ଶାନ୍ତିପାଠ କରିଥିଲେ ।

jittmm
Leave A Reply

Your email address will not be published.