ବିଶିଷ୍ଟ ଅଭିନେତା ଅଜିତ ଦାସ ବି ଚାଲିଗଲେ

ଭୁବନେଶ୍ୱର : ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଯିବା ପରେ ପରେ ପୁଣି ଏବେ ଚାଲିଗଲେ ଓଡ଼ିଆ ଚଳଚ୍ଚିତ୍ର ତଥା ନାଟକ ଜଗତର ଉଜ୍ୱଳ ତାରକା ଅଭିନେତା ଅଜିତ ଦାସ । ଚିକିତ୍ସାଧୀନ ଅବସ୍ଥାରେ ୭୧ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । ଯଦିବି ଡାକ୍ତରଖାନା ତରଫରୁ ତାଙ୍କ ମୃତ୍ୟୁର କାରଣ ଘୋଷଣା କରାଯାଇ ନାହିଁ, ତଥାପି ଖବରରେ କୁହାଯାଇଛି ଯେ, ଗତ ୧ ତାରିଖ ଦିନ ତାଙ୍କ କରୋନା ପଜେଟିଭ୍‌ ବାହାରିଥିବାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏନ୍‌ଏସ୍‌ଡିରୁ ଡିପ୍ଲୋମା ହାସଲ୍‌ ପରେ ପ୍ରଥମେ ସେ ‘ସିନ୍ଦୁର’ ଓଡ଼ିଆ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକ ମହଲକୁ ଆସିଥିଲେ । ଏହାପରେ ପରେ ଅଭିମାନ, ଗୌରୀ, ବଳିଦାନ, ଗୋଲାମଗିରି, ଫୁଲଚନ୍ଦନ, ସହରୀବାଘ, ହାକିମବାବୁ, ଏ ନୁହେଁ କାହାଣୀ, ମମତାର ଡୋରି, ଏଇ ତ ଦୁନିଆ, ତୁଣ୍ଡ ବାଇଦ, ମୁଁ ତୁମେ ଓ ସେ, ପ୍ରେମଋତୁ ଆସିଲାରେ, ଅଭିମନ୍ୟୁ, ଆମ ଭିତରେ କିଛି ଅଛି ଭଳି ୭୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ୧୯୪୯ ମସିହା ଜାନୁଆରୀ ୨୦ ତାରିଖ ଦିନ ମୟୁରଭଂଜର କରଂଜିଆଠାରେ ଜନ୍ମିତ ଏହି ମହାନ୍‌ କଳାକାର ଉକ୍ରଳ ସଂଗୀତ ନାଟକ ମହାବିଦ୍ୟାଳୟରେ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ ।

Leave A Reply

Your email address will not be published.