jayashree

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା : ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡ

ସୁନ୍ଦରଗଡ଼ : ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା । ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡ । ସୂଚନା ଅନୁଯାୟୀ ୨୦୧୭ ମସିହା ତଳସରା ଥାନା କଣ୍ଟାବାହାଲ ଗାଁର ଜଣେ ୧୧ ବର୍ଷିଆ ନାବାଳିକାଙ୍କୁ ଧର୍ଷଣ ଉଦ୍ୟମ ପରେ ହତ୍ୟା କରିଥିଲେ ଅଭିଯୁକ୍ତ ସୁମିତ ମିଞ୍ଜ । ଅଭିଯୁକ୍ତ ସୁମିତ ମିଞ୍ଜକୁ ଆଜୀବନ ଜେଲଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତିତ ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସ କୋର୍ଟ । ଏହା ସହ ୨୦ ହଜାର ଟଙ୍କା ଜୋରିମାନା । ଜୋରିମାନା ଅନାଦେୟ ରହିଲେ ଆହୁରି ୧ ବର୍ଷ ଜେଲଦଣ୍ଡ ପାଇଁ ମାନ୍ୟବର କୋର୍ଟ ଆଦେଶ ଦେଇଛନ୍ତି ।

Leave A Reply

Your email address will not be published.