
ଭୁବନେଶ୍ୱର : ଭୁବନେଶ୍ୱର ସତ୍ୟନଗର ଓଭରବ୍ରିଜ ତଳ ରେଳ ଲାଇନ୍ରେ ଠାବ ହେଲା ଅଜଣା ମୃତଦେହ । ମୃତକ ଜଣେ ପୁରୁଷ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ । ମୃତ୍ୟୁର କାରଣ ସୁଇସାଇଡ କିମ୍ୱା ମର୍ଡର ତାହା ବି ସ୍ପଷ୍ଟ ହୋଇ ନାହିଁ । ଘଟଣାସ୍ଥଳରେ ଜିଆର୍ପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ସୋମବାର ଭୋର ୫ଟା ବେଳେ ସତ୍ୟନଗର ଓଭରବ୍ରିଜ ତଳେ ଥିବା ଟ୍ରେନ୍ ଟ୍ରାକ୍ରେ ମୃତଦେହ ପଡିଥିବା କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସ ଓ ଆର୍ପିଏଫ୍କୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଆର୍ପିଏଫ୍, ଜିଆର୍ପି, କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ଟ୍ରେନ୍ରେ କଟି ମୃତ ଶରୀରର ଦୁଇଟି ଗୋଡ ସଂପୂର୍ଣ୍ଣ ଅଲଗା ହୋଇଯାଇଛି । ଏପିରିକି ପିଠିରେ ଏକ ଗଭୀର କ୍ଷତ ରହିଛି ।
ପାଖରେ ମୋବାଇଲ୍ କଭର ପଡିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।