oum

ଶିଶୁସୁରକ୍ଷା, ବାଲ୍ୟବିବାହ, କନ୍ୟା ଭୃଣହତ୍ୟା ପ୍ରତି ଯତ୍ନବାନ ହେବାକୁ ଆହ୍ୱାନ

jsm

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଠାରେ ଶିଶୁସୁରକ୍ଷା, ଶିଶୁ ଅଧିକାର, ଶିଶୁଯୌନ-ମୁକ୍ତ ଓ ଶିଶୁ ଆଇନ, ବାଲ୍ୟବିବାହ, କନ୍ୟା ଭୃଣହତ୍ୟା ପ୍ରତି ଯତ୍ନବାନ ହେବାକୁ ଆହ୍ୱାନ ଦେଇ ଏ ସମ୍ବନ୍ଧୀୟ ଏକ କର୍ମଶାଳା ଭି.ଏଚ.ଏ.ଆଇ. ଆନୁକୂଲ୍ୟରେ ମିଡ଼ିଆସେଲକୁ ନେଇ ଏକ ବିଶଦ ଆଲୋକପାତର ଉପସ୍ଥାପନା କରାଯାଇଛି । ଗଞ୍ଜାମ ବ୍ଳକ୍, ଛତ୍ରପୁର ବ୍ଳକ୍‌ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ମଣ୍ଡଳୀଙ୍କ ସମେତ ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରେସ ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍ ରୁମ୍ ପରିସରରେ ଛତ୍ରପୁର ପ୍ରେସକ୍ଲବର ସହଯୋଗରେ ପ୍ରଥମ କରି ଶିଶୁ ସୁରକ୍ଷା, ଶିଶୁ ଅଧିକାର, ଶିଶୁ ଯୌନ-ମୁକ୍ତ ଓ ଶିଶୁ ଆଇନ ସମ୍ବନ୍ଧୀୟ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଅଞ୍ଚଳର ସାମ୍ବାଦିକମାନଙ୍କୁ ନେଇ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଭାଇ’ ପକ୍ଷରୁ ଅନୁଷ୍ଠିତ ଏହି ସଂଗଠନର ରାଜ୍ୟ ସଂଯୋଜକ ଦେବାନନ୍ଦ ମହନ୍ତ ଅଧ୍ୟକ୍ଷତା କରି ଶିଶୁ ସୁରକ୍ଷା, ଶିଶୁ ଅଧିକାର ଉପରେ ଆଲୋକପାତ କରିଥିଲେ । ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କ୍ୟୁୟର୍ସ ସମ୍ପାଦକ ଅରୁଣ କୁମାର ଶତପଥୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏଭଳି ଏକ ଗଠନ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ଯାହାକି ସରକାରୀ ବେସରକାରୀ ସ୍ତରରେ ବ୍ୟବସ୍ଥାକୁ ଲୋକ ଲୋଚନକୁ ଆଣିବାରେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ସେମିନାରରେ କୁହାଯାଇଛି । ଏହା ସହ କୋଭିଡ ମହାମାରୀ ସମୟରେ ସାମ୍ବାଦିକମାନେ ଶିଶୁ ମାନଙ୍କ ସୁରକ୍ଷା ଠାରୁ ଆରମ୍ଭ କରି କୋଭିଡ ସଚେତନତା ବାର୍ତ୍ତା ପୁରପଲ୍ଲୀ, ସହରରେ ସଚେତନତା ସୃଷ୍ଟି କରିବାରେ ସାମ୍ବାଦିକମାନଙ୍କ ଉଲ୍ଲେଖନୀୟ ଭୂମିକା ଓ କାର୍ଯ୍ୟ କରିଥିବାରୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ । ଶିଶୁ ସୁରକ୍ଷା, କନ୍ୟା ସନ୍ତାନର ସୁରକ୍ଷା, ବାଲ୍ୟ ବିବାହ, ଶିଶୁମାନଙ୍କ ସାମାଜିକ ଓ ମାନସିକ ସ୍ତରରେ ବିକାଶ ଏବଂ କର୍ମଶାଳାର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଉପସ୍ଥାପିତ ହୋଇଛି । ଆଲୋକପାତ କରିଥିବା ଅତିଥିମାନେ ହେଲେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା କୁମାରୀ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ସଙ୍ଗଠନ ଅଧିକାରୀ ଶରତ କୁମାର ମହାରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଜିଲ୍ଲା ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନା ଚନ୍ଦ୍ର ଦାଶ, କିଶୋର ନ୍ୟାୟ ବୋର୍ଡର ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଅମିୟ କୁମାର ତ୍ରିପାଠୀ ପ୍ରମୁଖ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସର୍ବୋପରି ଜନ୍ମଗ୍ରହଣ ଠାରୁ ୧୮ ବର୍ଷ ବୟସରୁ କମ୍‌ ହୋଇଥିବା ପ୍ରତ୍ୟେକ ପୁଅ ଅବା ଝିଅଙ୍କର ସମାନ ଅଧିକାର, ଲିଙ୍ଗଗତ ନିର୍ବିଶେଷରେ ସେମାନଙ୍କୁ ଶିଶୁ ବୋଲି ଧରାଯାଏ, ଯାହା ସରକାରୀ ସ୍ତରରେ ସେହି ବୟସର ବ୍ୟକ୍ତିଙ୍କୁ ଶିଶୁ ବୋଲି ଗ୍ରହଣୀୟ । ସେହି ବୟସର ସମସ୍ତଙ୍କୁ ଶିଶୁ କୁହାଯାଏ । ସେହି ଆଇନ ବଳରେ ଶିଶୁ ସୁରକ୍ଷା ଆଇନ, ଶିଶୁର ଜନ୍ମଗତ ଅଧିକାର, ଶିଶୁର ବଞ୍ଚିବାର ଅଧିକାର, ଜୀବନ ଧାରଣ କରିବାର ଅଧିକାର, ଗର୍ଭବତୀ ମାଆ ମାନଙ୍କର ସୁରକ୍ଷା, ବାଳ ଅପରାଧ, ଶିଶୁଙ୍କୁ ଭିକ୍ଷାବୃତ୍ତି କିମ୍ବା ଶ୍ରମିକ କାର୍ଯ୍ୟରେ ନିୟୋଜିତ କରିବାରେ ନିବୃତ୍ତ କରିବା, ଶିଶୁ କୌଣସି ଭୁଲ କଲେ ଶିଶୁଙ୍କୁ ଦଣ୍ଡ ଦେବା, ଅକଥନୀୟ ମାଡ଼ ମାରିବା, ଏହି ସମସ୍ତ ଆଇନଗତ ଦାଣ୍ଡନୀୟ ଅପରାଧ ବୋଲି ଶିଶୁ ଓ କିଶୋର ନ୍ୟାୟ ବୋର୍ଡର ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଅମିୟ କୁମାର ତ୍ରିପାଠୀ ବିଭିନ୍ନ ଦିଗ ଉପରେ ତାତ୍ତ୍ଵିକ ଆଲୋଚନା କରିଥିଲେ । ଏହା ସମେତ ବହୁ ବିଶେଷଜ୍ଞ ଓ ସାମ୍ବାଦିକ ମାନେ ଶିଶୁ ସୁରକ୍ଷା ଆଇନ ଉପରେ ଆଲୋକପାତ, ବିଶ୍ଲେଷଣ ଏବଂ ସମାଲୋଚନା କରିଥିଲେ । ଏଥିରେ ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ କର୍ମକର୍ତ୍ତା ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.