ଦେଓଗାଁରେ ଜାତୀୟ ଅଗ୍ନିସେବା ସପ୍ତାହ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଥିବା ଦମକଳ ବାହିନୀ ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଦମକଳ କେନ୍ଦ୍ର ପରିଚାଳକ ଆଲୋଇସ ବାର୍ଳା ପତାକା ଦେଖାଇ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ୨ଟି ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ କରିଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦେଓଗାଁ କେଜିବିପି ବିଦ୍ୟାଳୟରେ ଫାୟାର ସେପ୍ଟି ଉପରେ ଡେମୋ ଦେଖାଇ ଛାତ୍ରୀଙ୍କୁ ନିଆଁ ଆୟତ୍ତ କରିବା ଦିଗରେ ବୁଝାଇଥିଲେ । ଯଦି କୌଣସି କାରଣରୁ ଇଲେକ୍ଟ୍ରି ସଟସର୍କିଟ ହୋଇ ଜଳି ଯାଉଛି ଓ ଏଲପିଜି ଗ୍ୟାସ ପାଖରେ ଅଛି ତାକୁ କେମିତି ବଞ୍ଚାଇ ଘରକୁ ନିରାପତ୍ତ ଭାବରେ ରଖାଯିବ ସେଦିଗରେ ସଚେତନ କରିଥିଲେ । ବିଭିନ୍ନ ଦିନମାନଙ୍କରେ ଦେଓଗାଁ ବ୍ଲକର ଜନଗହଳି ସ୍ଥାନ ସହ କଲେଜ ଓ ହାଇସ୍କୁଲଗଡ଼ିକୁ ଯାଇ କିପରି ନିଆଁ ଲିଭାଯିବ ସେନେଇ ଡେମୋ ଦେଖାଇବାର କାର୍ଯ୍ୟକ୍ରମ ରହିଛି ବୋଲି ଦମକଳ ବାହିନୀ ସୂଚନା ଦେଇଛି । ଅଗ୍ନିଶମ ଅଧିକାରୀ ଅସିତ ଶ୍ରୀ ବାର୍ଳାଙ୍କ ସହ ଦମକଳ ବାହିନୀର ଜନାର୍ଦ୍ଦନ ବିଶ୍ୱାଳ, ଜିତେନ୍ଦ୍ର ସ୍ୱାଇଁ, ସୁଜିତ ନାୟକ, ଏସାଇ ମରାଲ ଓ କେଶବ ନ୍ଦେଶ୍ରାଲ ସାମିଲ ହୋଇଥିଲେ ।

Leave A Reply

Your email address will not be published.

error: Content is protected !!