ପତ୍ରିକା ‘ଏଇ ସହକାର’ର ପୂଜା ସଂଖ୍ୟା ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ ନନ୍ଦଳା, ପୁରୀ ଦ୍ୱାରା ପ୍ରସ୍ତୁତ ଇ ପତ୍ରିକା ‘ଏଇ ସହକାର’ ଶାରଦୀୟ ବିଶେଷାଙ୍କ ବିଜୟା ଦଶମୀ ଅବସରରେ ଉନ୍ମୋଚିତ ହୋଇଯାଇଛି । ବିଷ୍ଣୁପ୍ରସାଦ ଦଳେଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଭର୍‌ଚୁଆଲ୍‌ ବୈଠକରେ ସୁସାହିତ୍ୟିକା ତଥା ଅଧ୍ୟକ୍ଷା ଡ଼ଃ ସରୋଜିନୀ ବରାଇ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତ୍ରିକା ସମ୍ପର୍କରେ ତର୍ଜମା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ମାର୍ଗଦର୍ଶକ ଡ଼ଃ ଅଭିମନ୍ୟୁ ଜେନା ସାହିତ୍ୟର ଅଭାବ ଅଂଶକୁ ନିଜେ ହିଁ ପରିପୂର୍ଣ୍ଣ କରିବାକୁ ଉପଦେଶ ଦେଇଥିଲେ । ସଂସଦର ଉପଦେଷ୍ଟା ତଥା ସୁସହିତ୍ୟିକ ପ୍ରେମାନନ୍ଦ ବେହେରା ପତ୍ରିକାର ପରିକଳ୍ପନା କରି ତା’ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମ୍ପାଦକ ଲଳିତ କୁମାର ସ୍ୱାଇଁ ଅତିଥି ପରିଚୟ କରିଥିବା ବେଳେ ସଂଯୋଜକ ବିଦ୍ୟାଧର ଦଲବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ବନବିହାରୀ ପଟ୍ଟନାୟକ, କିଶୋର ଚନ୍ଦ୍ର ବିଷୋୟୀ, କାଶୀନାଥ ଜେନା, ରାଜ କିଶୋର ନାୟକ, ଉଲ୍ଲାସ ଚନ୍ଦ୍ର ଜେନାଙ୍କ ସମେତ ଅନୁଷ୍ଠାନର ପ୍ରତ୍ୟେକ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏଇ ସହକାର ପାଠକୀୟ ଆଦୃତି ଲାଭ କରିବା ସହ ଅଗାମୀ ଦିନରେ ଏକ ଅଗ୍ରଣୀ ପତ୍ରିକା ହୋଇ ପ୍ରତିଷ୍ଠା ଲାଭ କରିବ ବୋଲି ସମସ୍ତେ ଆଶାବାଦୀ ।

Leave A Reply

Your email address will not be published.