ମୋହନଗିରିଠାରେ ବିଶ୍ୱ ଆଦିବାସୀ ଦିବସ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ଆଦିବାସୀ ଦିବସ ମୋହନଗିରିଠାରେ ଅନୁଷ୍ଠିତ ହୋଇଯାଇଛି । ପାଞ୍ଚଟି ପଞ୍ଚାୟତ ମୋହନଗିରି, ମାଣିକେରା, ସିଙ୍ଗପୁର, ଲୁବେନଗଡ଼ ଓ ଦେଡ ଶୁଲି ପଞ୍ଚାୟତର ଶତାଧିକ ଆଦିବାସୀ ଏକାଠି ହୋଇ ଏହି ଦିବସର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ଏହା ସହିତ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ୧୧ଦଫା ଦାବୀ ପ୍ରେରଣା ପାଇଁ ମ. ରାମପୁର ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଦିଆଯାଇଥିଲା । ଏଥିରେ ସୁରେନ୍ଦ୍ର ଧରୁଆ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଧର ପାତ୍ର ସଭା ପରିଚାଳନା କରିଥିଲେ । ସିଲି ମାଝୀ, ସୂର୍ଯ୍ୟମଣି ଧରୁଆ, ସୁରସେନ୍ ପୁଟା, ଭାବସିନ୍ଧୁ ଧରୁଆ, ତହସିଲ୍ ବରିହା, ନିରନ୍ ମୁଣ୍ଡା, ଯୋଗେନ୍ଦ୍ର ଧରୁଆ, ଟଙ୍କଧର ପନ୍ଦର ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.