oom

ବିଶ୍ୱ ଆଦିବାସୀ ଦିବସ ପାଳନ କଲେ ଆଦିବାସୀ

jsmm

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ଦେଢେଣମାଳ ଆଦିବାସୀ ଖେଳ ପଡିଆରେ ଆଦିବାସୀ ସମନ୍ୱୟ ସମିତି ପକ୍ଷରୁ ସଭାପତି ସାମନ୍ତ ମାଝୀଙ୍କ ତତ୍ତ୍‌ତ୍ତ୍ୱାବଧାନରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଆଦିବାସୀମାନେ ପାରମ୍ପାରିକ ପୋଷାକ ଏବଂ ବାଦ୍ୟସହ ଆଦିବାସୀ ପଡିଆରେ ପହଞ୍ଚି ଇଷ୍ଟଦେବୀ ମା’ ଜାଡେନଙ୍କୁ ପୂଜାଚ୍ଚନା କରିଥିଲେ । ପରେ ସଉରା ସମାଜର ସଭାପତି ଘନଶ୍ୟାମ ବୁଡାଏକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଆଦିବାସୀଙ୍କ ଭାଷା, ସଂସ୍କୃତି, ଧର୍ମ ଦେବାଦେବୀ ପୀଠର ସୁରକ୍ଷା । ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟରକ୍ଷା ଓ ଅର୍ଥନୈତିକ ବିକାଶ । ଜମି, ଜଳ, ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ଆଦି ବିଷୟରେ ଆଲୋଚନା କରାଯିବା ସହ ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସ୍ଥାନ ସଂରକ୍ଷଣ ଏବଂ ଯୁକ୍ତଦୁଇ, ଯୁକ୍ତତିନି, ଡିପ୍ଲୋମା ପାଠରେ ନାମ ଲେଖା ଫି ସଂପୂର୍ଣ୍ଣ ଛାଡ । କରୋନା ସମୟରେ ଆଦିବାସୀ ପରିବାରକୁ କୋଭିଡ ପ୍ୟାକେଟ ପ୍ରଦାନ । ପ୍ରତିବର୍ଷ ଅଗଷ୍ଟ ୯ ତାରିଖ ଦିନକୁ ବିଶ୍ୱ ଆଦିବାସୀ ଦିବସ ଭାବେ ସରକାରୀ ସ୍ତରରେ ଛୁଟି ଘୋଷଣା ବିଷୟରେ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ନେଇ ପ୍ରସ୍ତାବ ଆଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପଦେଷ୍ଟା ତଥା ଗୋଁଣ୍ଡ ସମାଜ ସଭାପତି ଘାସିରାମ ପୁଟା, କନିଷ୍ଠ ଭୋଇ, କଣ୍ଟାମାଳ ବ୍ଲକ ଆଦିବାସୀ ସଂଘ ସଭାପତି ଡମ୍ବରୁଧର କଅଁର, ସଂପାଦକ ପ୍ରଶାନ୍ତ ମାଝୀ, କୋଷାଧ୍ୟକ୍ଷ ବଂଶୀଧର ମାଝୀ, ଚନ୍ଦ୍ର ମାଝୀ, ରାଜେନ୍ଦ୍ର ଭୋଇ, ଗିରିଧାରୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଧର୍ମୁ କଅଁର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.