om academy

ପୁଣି ଯୌନ ନିର୍ୟାତନା ଅଭିଯୋଗ : ସୁନାବେଡ଼ା ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଗିରଫ

jsm

କୋରାପୁଟ : ପୁଣି ଏକ ଯୌନ ନିର୍ୟାତନା ଅଭିଯୋଗ ସାମ୍‌ନାକୁ ଆସିଛି । ଜଣେ ମହିଳା କମ୍ପ୍ୟୁଟର ଅପରେଟରଙ୍କୁ ଯୌନ ନିର୍ୟାତନା ଅଭିଯୋଗରେ ସୁନାବେଡା ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ସାତ ହଜାର ଟଙ୍କା ଦରମା ମିଳିବ ବୋଲି କହି ମାସକୁ ଚାରି ହଜାର ଟଙ୍କା ଦରମା ଦେଉଥିଲେ ଓ ସବୁ ଟଙ୍କା ମାଗିଲେ ପବିତ୍ର ବେଦାନ୍ତ ପୀଡ଼ିତାଙ୍କୁ ତାଙ୍କ ସହ ରାତି କଟାଇବାକୁ କହୁଥିଲେ । ଏହା ସହ ରାତି ନ ବିତାଇଲେ ଅଧା ଟଙ୍କା ଦେଇ ଚାକିରୀରୁ ବାହାର କରିଦେବି ବୋଲି ମଧ୍ୟ ପୀଡ଼ିତାଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଧମକ ଦେଉଥିବା ଅଭିଯୋଗ ହୋଇଛି ।

ଅନେକ ଦିନ ଚୁପ୍‌ ରହିବା ପରେ ଶେଷରେ ଅନ୍ୟ ବାଟ ନପାଇ ସୁନାବେଡ଼ା ପୋଲିସ ଷ୍ଟେସନରେ ପୀଡ଼ିତା ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.