ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ସାହିତ୍ୟ ବିଭାଗର ଦାୟିତ୍ୱରେ ଥିବା ଉପସଭାପତି ଡ. ସନାତନ ପ୍ରଧାନଙ୍କ ଆବାହକତ୍ଵରେ ଉପଦେଷ୍ଟା ଇଂ ଅଭୟ କୁମାର ଦାସ ମୁଖ୍ୟ ଅତିଥି ଓ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡା ଆଲୋଚକ ଭାବେ ଯୋଗଦେଇ ଜଗନ୍ନାଥ ଦାସଙ୍କ ଶ୍ରୀମଦ୍ ଭାଗବତ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଆଲୋଚକ ଡ. ପଣ୍ଡା ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ଆଲୋଚନା କରି ତତ୍ୱ, ଜ୍ଞାନ, ଭାବ, ବ୍ରହ୍ମ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଏହାକୁ ଭାଗବତ ବୋଲି କହିଥାଉଁ ବୋଲି ମତ ରଖିଥିଲେ । ଏହା ସହ ଭାଗବତରେ ୧୮୦୦ ଶ୍ଳୋକ, ୩୫୬ ଅଧ୍ୟାୟ, ଶବ୍ଦ ବ୍ରହ୍ମର ପୂଜା, ଭାଗବତର ସୃଷ୍ଟି ଓ ଭାଗବତ କିପରି ଆର୍ଥିକ, ଆଧ୍ୟାତ୍ମିକ ଓ ସାମାଜିକ ଦୃଷ୍ଟିକୋଣରୁ ସ୍ୱତନ୍ତ୍ର ମାଧ୍ୟମ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଆବାହକ ଡ. ପ୍ରଧାନ ଆଲୋଚ୍ୟ ବିଷୟ ସମ୍ପର୍କରେ ମତ ରଖି କହିଲେ ଯେ, ଓଡିଆରେ ଶୁଦ୍ଧତା ଆସିବା ପାଇଁ ଭାଗବତ ହିଁ ପଥ ପ୍ରଦର୍ଶକ ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଗାଳ୍ପିକ ଆର୍ତ୍ତତ୍ରାଣ ମହାପାତ୍ର ଗଳ୍ପ ପାଠ କରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ କବି କୁଞ୍ଜବିହାରୀ ରାଉତ ଓ ଅଧ୍ୟାପିକା ଶେଫାଳୀ ବାରିକଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଗନ ବିହାରୀ ନାୟକ, ତାରିଣୀ ଚରଣ ସାହୁ, ଉପେନ୍ଦ୍ର କୁମାର ବସ୍ତିଆ, ଡ. ଜୟନ୍ତୀ ପାଢ଼ୀ, ଅଧ୍ୟାପିକା ଅଳକାରଶ୍ମି ମହାନ୍ତି, ସବିତା ବସ୍ତିଆ, ଅର୍ଚ୍ଚନା ପାତ୍ର, ସସ୍ମିତା ପ୍ରଧାନ, ସାଗର ମହାନ୍ତି, ପ୍ରତାପ କୁମାର ପଣ୍ଡା, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ପ୍ରତାପରୁଦ୍ର ତ୍ରିପାଠୀ, ଗୌତମ ଦାସ, ଆଶୁତୋଷ ଜ୍ୟୋତିଷୀ, ଶେଫାଳୀ ବାରିକ, ସୁଶାନ୍ତ କୁମାର ନାୟକ, ଗଙ୍ଗାଧର ପୁହାଣ, କୁଞ୍ଜବିହାରୀ ରାଉତ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସଭାପତି ଶ୍ରୀ ଶତପଥୀ ସାହିତ୍ୟ ଆସରର ଆଭିମୁଖ୍ୟ ଓ ମୁଖ୍ୟ ଅତିଥି ଇଂ ଦାସ ଅନୁଷ୍ଠାନର ସାହିତ୍ୟ ଓ ସଂସ୍କୃତି ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଏହା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମତ ରଖିଥିଲେ । ଶେଷରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଳୟ କୁମାର ଶତପଥୀ, ରାଧାକାନ୍ତ ମିଶ୍ର, ଟୁକଲା ପାଢ଼ୀ, ଜୟଶ୍ରୀ ଦାସ, ପ୍ରଦୀପ କୁମାର ପଟ୍ଟନାୟକ, ଅଶୋକ କୁମାର ବଳ, ଉମାଶଙ୍କର ତିୱାରୀ, ବବିତା ମହାପାତ୍ର, ଆଶ୍ଳେଷା ଅଭିଲିପ୍ସା ପଣ୍ଡା, ବିଜୟ କୁମାର ପାତ୍ର, ଦିବାକର ଦାସ, ମନୋଜ କୁମାର ପଣ୍ଡା, ପ୍ରମୋଦ କୁମାର ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!