ତୁରେକେଲା, (କୈଳାଶ ସଗ୍ରିଆ) : ଚାଷ ଜମିରେ ଥିବା କୂଅରୁ ଅଜଣା ବ୍ୟକ୍ତିର ଶବ ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲାର ରାମୁଡ ଗ୍ରାମର ଅବଦୂତ ଶବରଙ୍କ ଚାଷ ଜମିରୁ ଜଣେ ଅଜଣା ବ୍ୟକ୍ତିର ଶବକୁ ଦେଖିବା ପରେ ଗାଁ ଲୋକ ଜମିର ମାଲିକଙ୍କୁ ଡାକିଥିଲେ । ପରେ ତୁରେକେଲା ପୁଲିସକୁ ଖବର ଦେବା ପରେ ପୁଲିସ ଏବଂ ଦମକଳ ବାହିନୀଙ୍କ ସହାଯ୍ୟରେ ଶବକୁ ଉଦ୍ଧାର କରାଯାଇଥିବା ବେଳେ ମୃତ ବ୍ୟକ୍ତିର ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ତେବେ ଘଟଣାର ପାରିପାଶି୍ୱର୍କ ସ୍ଥିତି ଦେଖିବାକୁ ଗଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ସାଇଣ୍ଟିଫିକ୍ ଟିମ୍ଙ୍କ ସହାଯ୍ୟରେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।
Prev Post