om academy

କାର ଓ ବାଇକ ମୁହାଁମୁହିଁ ଧକ୍କା : ବାଇକ ଆରୋହି ଗୁରୁତର

jsm

ବୌଦ୍ଧ, (ବଂଶୀଧର ମାଝୀ) : କିଆକଟା ମହାନଦୀ ସେତୁ ଉପରେ କାର ଓ ବାଇକ ମୁହାଁମୁହିଁ ଧକ୍କାହୋଇ ବାଇକ ଆରୋହି ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଶୀତ ଦିନେ ବାହାର ରାଜ୍ୟରୁ କମ୍ବଳ ବିକ୍ରି କରିବାକୁ ଆସିଥିବା ସାଇଦୁଲ ଇସଲାମ ନାମକ ଜଣେ ବ୍ୟବସାୟୀ କିଆକଟା ପଟେ କମ୍ବଳ ବିକ୍ରିକରି ଏକ ବାଇକ ଯୋଗେ ଗତକାଲି ସନ୍ଧ୍ୟାରେ ମହାନଦୀ ପୋଲ ଦେଇ ବୌଦ୍ଧ ଫେରୁଥିଲେ । ଏହି ସମୟରେ ବୌଦ୍ଧ ପଟୁ କିଆକଟା ଆଡକୁ ଦ୍ରୁତ ଗତିରେ ଯାଉଥିବା କାର ମୁହାଁମୁହିଁ ଧକ୍କା ଦେବାରୁ ବାଇକ ସହ ଆରୋହି ରାସ୍ତାରୁ ଫିଙ୍ଗିହୋଇ ଫୁଟପାଥ ପାର୍ଶ୍ଵରେ ଥିବା ବଡାରେ ପିଟି ହୋଇ ଗୁରୁତର ଆହତ ହୋଇଥିଲେ । ତାଙ୍କର ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସେହିବାଟ ଦେଇ ଯାତାୟାତ କରୁଥିବା ଯାତ୍ରୀମାନେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।ଅନ୍ୟପଟେ ଦୁର୍ଘଟଣା ଘଟାଇ ଥିବା କାରଟି ଘଟଣା ସ୍ଥଳରୁ କିଆକଟା ଆଡକୁ ଫେରାର ହୋଇଥିବା ଜଣାଯାଇଛି । ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘାଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

Leave A Reply

Your email address will not be published.