ଆଗଲପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଲଳିତ ମୋହନ ସ୍ମୃତି ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ପ୍ରକଳ୍ପ ନିର୍ଦ୍ଦେଶକ ତରଣୀସେନ ସୁନା, ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ, ଉପଜିଲ୍ଲାପାଳ ଆଲୋକ ପଟେଲ, ସିଏସ୍‌ଓ ରଞ୍ଜନ ପଣ୍ଡା, ଡିଏସ୍‌ଓ ସୁଷମା ମହାପାତ୍ର, ଡିପିଓ ସରୋଜ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ମହାପାତ୍ର କୁଳଦୀପ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ପରିଚାଳିତ ହୋଇଥିଲା । ଶିବିରରେ ଜିଲ୍ଲାର ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ନିଜ ବିଭାଗର ଅଭିଯୋଗ ଗୁଡ଼ିକ ଗ୍ରହଣ କରି ସମାଧାନ ପାଇଁ ପ୍ରୟାସ କରିଥିଲେ । ମୋଟ ୪୨ଟି ଅଭିଯୋଗ ଶିକ୍ଷା, ସ୍ଵାସ୍ଥ୍ୟ, ରାସ୍ତା, ପାନୀୟଜଳ, ଭତ୍ତା, କୃଷି, ଜମି ଉନ୍ନତିକରଣ ଆଦି ଉପରେ ପଞ୍ଜୀକରଣ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଯନ୍ତ୍ରୀ, ତଥା ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶୁଣାଣି ଶିବିରରେ ପୂର୍ଣ୍ଣ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ଉପରେ ତଦନ୍ତ କରାଯାଇ ଉଚିତ ପଦକ୍ଷେପ ନିଆଯିବ ପାଇଁ ବଲାଙ୍ଗିର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇନ୍ତି ।

Leave A Reply

Your email address will not be published.