ସରଗାଡ ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କର ପଡୋଶୀ ଦୁର୍ବ୍ୟବହାର କରୁଥିବା ନେଇ ସଦର ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅର୍ନ୍ତଗତ ସରଗାଡ ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କର ପଡୋଶୀ ଦୁର୍ବ୍ୟବହାର କରିବା ସହିତ ମାଡପିଟ କରୁଥିବା ବଲାଙ୍ଗିର ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତ ୧୫ ତାରିଖ ଦିନ ସରଗାଡ ଗ୍ରାମର କଳ୍ପଲତା ପଟ୍ଟନାୟକ ଘରର ଚାଳ ବାଉଁଶ ବାଡ଼ ଦେଉଥିବା ବେଳେ ଲୁହା ଶାବଳ ବାଜି ରଞ୍ଜନ ବିଶ୍ୱାଳଙ୍କ ଘରକୁ ସଂଯୋଗ ହୋଇଥିବା ପାଣି ପାଇପ ଫାଟି ଯାଇଥିଲା । ସେ ଏହାକୁ ସଜାଡି ଦେବେ ବୋଲି ବୁଝାମଣା କରିଥିଲେ । ହେଲେ କୌଣସି ଅସୁବିଧା ଯୋଗୁଁ ପାଣି ପାଇପ ମରାମତି କରି ନ ପାରିବାରୁ ରଞ୍ଜନଙ୍କ ପରିବାର ଲୋକେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡପିଟ୍‌ କରିଥିବା କହିଛନ୍ତି । ଏନେଇ ସେ ଥାନାର ଦ୍ୱାରସ୍ଥ ହେବା ସହ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ପୋଲିସ ବୋଲି ସେ ଦାବୀ କରିଛନ୍ତି ।

Leave A Reply

Your email address will not be published.