om academy

ସମ୍ୱଲପୁର ହୋମିଓପାଥି କଲେଜରେ ଜଣେ ଛାତ୍ରୀ‌ଙ୍କୁ ରାଗିଂ ନେଇ ଅଭିଯୋଗ

jsm

ସମ୍ୱଲପୁର : ସମ୍ୱଲପୁର ଜି‌ଲ୍ଲା ଭିମସାର, ଭିସୁଟ୍ ପରେ ହୋମିଓପାଥି କଲେଜରେ ରାଗିଂ ନେଇ ଚାରି ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ଅଭିଯୋଗ ଏବେ ସାମ୍‌ନାକୁ ଆସିଛି । ସୂଚନା ଯୋଗ୍ୟ ଯେ, ଗତ ୩୧ ତାରିଖ ସନ୍ଧ୍ୟାରେ ହଷ୍ଟେଲରେ ୪ ଜଣ ସିନିୟର ଛାତ୍ରୀ ଓ ଜଣେ ଛାତ୍ର ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ ନିର୍ୟାତନା କରିଥିବା ନେଇ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଦିଲ୍ଲୀ ସ୍ଥିତ ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତେବେ ଆଜି ସୁଦ୍ଧା ତଦନ୍ତ ସାରି ଆଣ୍ଟିଂ ରାଗିଂ ସେଲ୍‌କୁ ରିପୋର୍ଟ ଦିଆଯିବ ବୋଲି ସମ୍ୱଲପୁର ହୋମିଓପାଥି କଲେଜର ପ୍ରିନ୍ସିପାଲ ରାଜେନ୍ଦ୍ର କୁମାର ସିଂ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.