oom

ଭୁବନେଶ୍ୱର ସହରାଞ୍ଚଳ ପୋଲିସର ଧରପଗଡ ଅଭିଯାନ

jsmm

ଭୁବନେଶ୍ୱର : ସେଫ ସିଟି ଡ୍ରାଇଭ ଅଭିଯାନ କ୍ରମରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ ଅଭିଯାନ କଡାକଡି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ରାତିରେ କମିଶନରେଟ ପୋଲିସର ବିଭିନ୍ନ ଥାନା ତରଫରୁ ଝାରପଡା, ଲକ୍ଷ୍ମୀସାଗର, କଳ୍ପନା, ରବିଟକିଜ, ନାଲକୋ ଛକ, ଆଇଓସିଏଲ ଛକ, ରେଳସଦନ ସମୁଖ, ଡମଣା ଛକ, କୀଟ ଛକ ଆଦି ସ୍ଥାନରେ ଚେକିଂ କରି ମୋଟ ୩୭ ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ଟ୍ରାଫିକ ଥାନା ତରଫରୁ ୨୭ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାସହ ସମୁଦାୟ ୫୭ଟି ଚାରିଚାକିଆ ଯାନ ଓ ୭ଟି ଦୁଇଚକିଆ ଯାନ ଜବତ କରାଯାଇଛି ।

jittmm
Leave A Reply

Your email address will not be published.