oom

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସମର୍ପଣ ଅଭିଯାନ ବୈଠକ

jsmm

ଦେଓଗାଁ,(ମନୀଷ କୁମାର ସାହୁ): ବୁଧବାର ଦିନ ଦେଓଗାଁ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ଧର୍ମ ଜାଗରଣ ସମିତି (ଜିଲ୍ଲା ସଂଯୋଜକ) ମୋହନ ଲାଲ ସାମଲଙ୍କ ଆବାହକତ୍ୱରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦେଓଗାଁ ବ୍ଲକର ସମସ୍ତ ପଞ୍ଚାୟତର ପ୍ରାୟ ଶତାଧିକ କର୍ମକର୍ତ୍ତା ଯୋଗ ଦେଇ ଆଗାମୀ ଦିନରେ ଦେଓଗାଁ ବ୍ଲକ୍ ସମସ୍ତ ଗାଁର ଲୋକଙ୍କ ନିକଟରୁ କିପରି ପାଣ୍ଠି ସଂଗ୍ରହ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ମୋହନ ଲାଲ ସାମଲ ଅଭିଯାନ ପ୍ରମୁଖ, ଜଗଦୀଶ ପଧାନ ସହ ପ୍ରମୁଖ, ସରୋଜ ନାଏକ ଅର୍ଥ ପ୍ରମୁଖ, ଶ୍ରୀମତୀ ତପସ୍ଵିନୀ ସାହୁ ସହ ପ୍ରମୁଖ, ଶଶି ଭୂଷଣ ସାହୁ, କନ୍ଦର୍ପ ପଧାନ, ଭରତ ପଧାନ, ରମାକାନ୍ତ ବାଗ, କୁନାଲ ଥନାପତି ଏବଂ ଶୁକଦେବ ବାଗଙ୍କୁ କମିଟିର ସଦସ୍ୟ, ଉପଦେଷ୍ଟା ଭାବେ ତ୍ରିଲୋଚନ ସିଂ ନିନା, କୁଞ୍ଜବିହାରୀ ସାହୁ ଏବଂ ରାଧେଶ୍ୟାମ ବଗର୍ତ୍ତୀଙ୍କୁ ମନୋନୀତ କରାଯାଇଥିଲା। ଶେଷରେ ଜଗଦୀଶ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

jittmm
Leave A Reply

Your email address will not be published.