ସରକାରୀ ଚାକିରିରୁ ଅବସର ନେଲେ କନିଷ୍ଠ ହିସାବ ରକ୍ଷକ ଉମାକାନ୍ତ ରାଉତ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ ଗାଇଡ ଲାଇନ ଅନୁଯାୟୀ ଆଜି ବଲାଙ୍ଗିର ଜଙ୍ଗଲ ବିଭାଗର କନିଷ୍ଠ ହିସାବ ରକ୍ଷକ ଉମାକାନ୍ତ ରାଉତ୍ ସରକାରୀ ଚାକିରିରୁ ଅବସର ନେଇଛନ୍ତି । ଦୀର୍ଘ ୪୧ ବର୍ଷ ଧରି ଅନବରତ ଭାବେ ସେବା ଯୋଗାଇ ଆସୁଥିଲେ । ସେ ଜଣେ କତ୍‌ର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତିତା, କର୍ତ୍ତବ୍ୟ ପରାୟଣ କର୍ମଚାରୀ ଥିଲେ । ଏହି ବିଦାୟ କାଳୀନ ଅବସରରେ ବନଖଣ୍ଡ ଅଧିକାରୀ ନୀତିଶ କୁମାର, ଆଇଏଫଏସ୍‌ଽ ବାବାଜୀଚରଣ ରାଉଳ, ଏସିଏଫ, ଅଜିତ୍ ବିଶି, ଏସିଏଫ, ଶାନ୍ତନୁ କୁମାର ପଣ୍ଡା, ମୁଖ୍ୟ କିରାଣୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଶ୍ରୀ ରାଉତ୍‌ଙ୍କ ବିଷୟରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.