ଯୋଖିପାଲିରେ ଲୋକମାନଙ୍କ ପାଇଁ ବରଦାନ ସାଜିଛି ଆୟୁର୍ବେଦ ଚିକିତ୍ସାଳୟ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ବର୍ତମାନ ଗରିବ ଓ ଅସହାୟ ରୋଗୀଙ୍କ ପାଇଁ ବରଦାନ ସାଜିଛି ଏଠାକୁ ବହୁ ଦୂର ଦୁରନ୍ତରୁ ରୋଗୀ ଆସି ସ୍ୱାସ୍ଥ୍ୟ ସେବାର ଲାଭ ନେଇ ପାରୁଛନ୍ତି । ଡ଼. ଜିତେନ୍ଦ୍ର କୁମାର ଆଚାର୍ଯ୍ୟ ଆୟୁସ ସହାୟକ ସାରଥୀ ସୁନା, ପିଟିଏସ୍‌ ଚନ୍ଦ୍ର ଶେଖର ନାୟକ ନିରବଛିନ୍ନ ଭାବରେ ରୋଗୀମାନଙ୍କ ସେବାରେ ନିଜକୁ ନିଯୋଜନ କରିଛନ୍ତି । ବର୍ତମାନ ଏଠାକୁ ଚାରପାଲି, ବାଦୀପାଲି, ଲିଟିପାଲି, ଫୁଲେରପାଲି, ସାତବନ୍ଧ, ପ୍ରଧାନମାଲ, ନୂଆପାଲି ତଥା ଆଖପାଖ ଅଂଚଳରୁ ରୋଗୀମାନଙ୍କ ସୁଅ ଛୁଟିଛି ଆୟୁର୍ବେଦ ଏକ ପୁରାତନ ଚିକିତ୍ସା ପଦ୍ଧତି ହୋଇଥିବାରୁ ଏହି ବିଜ୍ଞାନରେ ବହୁ ପୁରାତନ ଓ ଜଟିଳ ରୋଗ ଯଥା ମଧୁମେହ, ବାତରୋଗ, ଚର୍ମରୋଗ ତଥା ଅନ୍ୟ ବହୁ ଦୂରାରୋଗ୍ୟ ବ୍ୟାଧିର ସଫଳ ଭାବରେ ଚିକିତ୍ସା ନେଇପାରୁଛନ୍ତି । ଡାକ୍ତର ଜିତେନ୍ଦ୍ର କୁମାର ଆଚାର୍ଯ୍ୟ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ନୂଆଦିଲ୍ଲୀରୁ ଆୟୁର୍ବେଦ ଶିଶୁରୋଗ ବିଜ୍ଞାନରେ ନିଜ ସ୍ଵାତକୋତ୍ତର ପାଠ୍ୟକ୍ରମ ସାରି ଏଠାରେ ବର୍ତ୍ତମାନ ସ୍ଥାୟୀଭାବରେ ନିଜକୁ ଚିକିତ୍ସା କ୍ଷେତ୍ରରେ ନିଯୋଜନ କରିଛନ୍ତି ।

Leave A Reply

Your email address will not be published.