om academy

ବରଗଡ଼ରେ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ଦାବୀ କଲା ଆପ୍

jsm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସହରରେ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ଜିଲ୍ଲା ପ୍ରଶାସନକୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଦେଖିବାକୁ ମିଳୁଛି ସହରରେ ଖୁଚୁରା ମୁଦ୍ରା ୧, ୨ ଓ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ ହ୍ରାସ ପାଇଛି । ଦୋକାନୀ, ବ୍ୟବସାୟୀ ଓ ଆହାର କେନ୍ଦ୍ର ଏହି ମୁଦ୍ରା ନେବାକୁ ଅମଙ୍ଗ ହେଉଛି । ଯଦିଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ମୁଦ୍ରାକୁ ଆଇନଗତ ମାନ୍ୟତା ଦେଇଛନ୍ତି ତଥାପି ବରଗଡ଼ରେ ୧୦ ଟଙ୍କିଆ ମୁଦ୍ରା ଗ୍ରହଣ କରୁନଥିବା ଏକ ବିଡମ୍ବନାର ବିଷୟ ବୋଲି କହିଛନ୍ତି ଜିଲ୍ଲା ଆବାହକ ଭବାନୀ ସାହୁ । ଅନ୍ୟପଟେ ଆହାର କେନ୍ଦ୍ରକୁ ଆସୁଥିବା ଅସହାୟ, ଗରିବ ଲୋକମାନେ ଖୁଚୁରା ମୁଦ୍ରା ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି । ଜିଲ୍ଳା ପ୍ରଶାସନ ବ୍ୟାଙ୍କ, ବ୍ୟବସାୟୀ ସଂଘ ସହ ଆଲୋଚନା କରି ମୁଦ୍ରା ପ୍ରଚଳନ ଉପରେ ପଦକ୍ଷେପ ନେବାକୁ ଆପ୍ ଦାବିୀ କରିଛି । ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ପାତ୍ର, ସ୍ୱରୂପ ଭୋଇ, ପୌଲସ୍ତ୍ୟ ସାହା ଉପସ୍ଥିତ ଥିଲେ ।

Leave A Reply

Your email address will not be published.