oom

ବଡ଼ବନ୍ଧ ସ୍ଵପ୍ନେଶ୍ୱର ଦୁଗ୍ଧ ସମବାୟ ସମିତି ପକ୍ଷରୁ ତାଲିମ ଶିବିର ସହ ୮୦ଟି ଗାଈର ମାଗଣା ଚିକିତ୍ସା ହେଲା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁଠୁର୍ଲା ବିଏମସି ଅନ୍ତର୍ଗତ ବଡବନ୍ଧରେ ସ୍ଵପ୍ନେଶ୍ୱର୍ ଦୁଗ୍ଧ ସମବାୟ ସମିତି ଆନୁକୁଲ୍ୟରେ ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡା ଆଞ୍ଚଳିକ ଦୁଗ୍ଧ ସଂଘ୍ ସହାୟତାରେ ଏକ ମାଗଣା ଗୋଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସମିତି ସଭାପତି ଖିରସିନ୍ଧୁ ଦୁଧିଆଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଆଲୋକ ରଂଜନ ନାଏକ, ଅତିରିକ୍ତ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଅଭିନାଶ ପଟେଲ, ବଡବନ୍ଧ ପ୍ରାଣୀଧନ ନିରୀକ୍ଷକ ଡ. ସୁରେଶ ଚନ୍ଦ୍ର ସା, ବିକେଏନ୍ ପିଏଣ୍ଡ ଆଇ ଦେବବ୍ରତ ମିଶ୍ର କ୍ଷେତ୍ର ପରିଚାଳକ ଧୋବେଇ ଚରଣ ପୋଢ଼ ଏବଂ ଅନ୍ୟତମ ବିଜ୍ଞାନ କର୍ମଚାରୀ ଶୁଭମ୍ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ବଡବନ୍ଧ ସମବାୟ ସମିତିର ବଡବନ୍ଧ, ସିଲେଟକାନି, ଗୋଏଲପିଟା ଗାଁର ପ୍ରାୟ ୮୦ଟି ଗାଈକୁ ମାଗଣା ଚିକିତ୍ସା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱପ୍ନେଶ୍ୱର୍ ଦୁଗ୍ଧ ସମବାୟ ସମିତିର ସଂପାଦକ ଦିଲିପ ପଧାନ, ଶୀର୍ଷବାହକ ଶ୍ରୀନିବାସ ବାରିକଙ୍କ ସହ ଚାଷୀମାନଙ୍କ ପଙ୍କଜ ବାରିକ, ବାରୁ ବାରିକ, ଅକ୍ରୁର ଦୀପ, ସୁଶାନ୍ତ ମେହେର, ବିନୋଦ ନାଏକ, ଦେବରାଜ ନାଏକ, ବଳରାମ ବେମାଲ, ପଞ୍ଚାନନ ପଧାନ ଉପସ୍ଥିତ ଥିଲେ । ଶେଷରେ ଏକ ତାଲିମ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.