ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ଫ୍ରି ବିଜୁଳି ଦିଆଯାଉ : ଆମ୍ ଆଦମୀ ପାର୍ଟି

ବରଗଡ଼, (ନିରୋଜ କୁମାର ପାଣୀ) : ରାଜ୍ୟରେ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ଆସନ୍ତା ୭ ଏପ୍ରିଲରୁ ବିଦ୍ୟୁତ ସତ୍ୟାଗ୍ରହ ଆରମ୍ଭ କରିବ । ଗତ ଛଅ ମାସ ମଧ୍ୟରେ ୟୁନିଟ ପିଛା ୫୦ ପଇସା ବୃଦ୍ଧି ହୋଇଛି ଯାହାକୁ ଆପ୍ ପକ୍ଷରୁ ବିରୋଧ କରାଯାଇଛି । ଦିଲ୍ଲୀରେ ୨୦୦ ୟୁନିଟ ବିଜୁଳି ଫ୍ରି ସମସ୍ତ ଉପଭୋକ୍ତାଙ୍କୁ ଅରବିନ୍ଦ କେଜରିୱାଲ ସରକାର ଦେଉଥିବା ବେଳେ ଓଡ଼ିଶାରେ ବିଜେଡି ସରକାର ବିଦ୍ୟୁତ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଘରୋଇକରଣ କରି ଲୋକଙ୍କ ଉପରେ ଆର୍ଥିକ ମାଡ ମାରିଥିବା ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । କରୋନା ସମୟରେ ବେଆଇନ ବିଲ ଅସୁଲି ଓ ଲାଇନ କଟ କରୁଥିବାରୁ ସାଧାରଣ ଜନତା ଅତିଷ୍ଠ ହୋଇପଡିଥିବା ବେଳେ ସରକାର କିଛି ଶୁଣୁ ନଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ବିଦ୍ୟୁତ ଏକ ମୌଳିକ ଆବଶ୍ୟକତା ହୋଇଥିବା ବେଳେ ନବୀନ ସରକାର ନିଜର ଦାଇତ୍ୱରୁ ଓହରି ଯାଉଛନ୍ତି । ଅନ୍ୟ ପଟେ ଦିଲ୍ଲୀ ଭଳି ଓଡିଶାରେ ସମସ୍ତଙ୍କୁ ଫ୍ରି ୨୦୦ ୟୁନିଟ ବିଜୁଳି ଦେବାକୁ ଆପ୍ ଦାବୀ କରିଛି । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଏହି ଆନ୍ଦୋଳନରେ ସମସ୍ତ ଜନ ସାଧାରଣଙ୍କୁ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି, ବିଦ୍ୟୁତ ସମ୍ପର୍କିତ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ୭୬୦୬୩୪୩୩୫୫ ନମ୍ବରରେ ମିସ କଲ କରିବା ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.