tur
shyamlal

ଆହାର କେନ୍ଦ୍ର ରୋଷଇକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନୂତନ ବର୍ଷ ଆରମ୍ଭରୁ ଗଞ୍ଜାମ ଏନଏସିରେ ଭାଇଚାରା ଆଗକୁ ବଡିବା ସଂକଳ୍ପ ଫିକା ପଡିଲା । ଦୁଇ ମହିଳା ଗୋଷ୍ଠି ମଧ୍ୟରେ ତୁତୁ ମେଁମେଁ ଆରମ୍ଭ ହୋଇ ମେଡିକାଲ ପର୍ଯ୍ୟନ୍ତ କଥା ଗଲାଣି । ପୂର୍ବ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆହାର କେନ୍ଦ୍ରରେ ରୋଷେଇ ଏବଂ ଖାଦ୍ୟ ବଣ୍ଟନକୁ ନେଇ ୨ ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀଙ୍କ ମଧ୍ୟରେ ଲାଗି ବିବାଦ ଘନେଇଛି । ଆରମ୍ଭରୁ ଆହାର କେନ୍ଦ୍ର ଦାୟିତ୍ୱ ନେଇଥିବା ପୁଇଁତଳା ବାରିକି ସାହିର ମାଁ କନକ ଦୁର୍ଗା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଅବଧି ସରିଯିବା ପରେ ଅନ୍ୟ ଏକ ମହିଳା ଗୋଷ୍ଠୀ ମାଁ ଦୁର୍ଗା ଗୋଷ୍ଠୀଙ୍କୁ ଆହାର କେନ୍ଦ୍ର ରୋଷେଇ ଓ ବଣ୍ଟନ ପାଇଁ ମନସ୍ତ କରିଥିଲା । ଯାହାକୁ ନେଇ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି । ଅବଧି ସରିବା ପରେ କିଛିସମୟ କାର୍ଯ୍ୟରତ ମହିଳା ଗୋଷ୍ଠୀ ମାଗିଥିଲେ ସମୟ ସରିବା ପରେ ନୂତନ ଗୋଷ୍ଠୀକୁ ରୋଷେଇ କାର୍ଯ୍ୟରେ ନିୟଯୋଗ କରାଯାଇଥିଲା । ପୂର୍ବ ଗୋଷ୍ଠୀଙ୍କୁ ଏନ୍‌ଏସି ପ୍ରଶାସନ ଜଣାଇ ନଥିବା ଅଭିଯୋଗରେ ମାଁ କନକ ଦୁର୍ଗା ମହିଳା ଗୋଷ୍ଠୀ ଗତ ମଙ୍ଗଳବାର ସନ୍ଧ୍ୟାରେ ହଟୋଗୋଳ କରିଥିଲେ । ଆଉ ୮ ମାସ ଅବଧି ବଢେଇବାକୁ ଜିଦ ଧରି ଆହାର କେନ୍ଦ୍ର ସମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ପୂର୍ବ ମହିଳା ଗୋଷ୍ଠୀ ଋଣ ଆଣି ଆହାର କେନ୍ଦ୍ର ତୁଲାଉଥିବା ଦାବି କରିଛନ୍ତି ଋଣ ଆମେ କେମିତି ସୁଝିବୁ ବୋଲି ଅଭିଯୋଗ କରିଥିଲେ । ଶନିବାର ଏନେଇ ଉଭୟ ଗୋଷ୍ଠୀଙ୍କୁ ଆଲୋଚନା ପାଇଁ ଏନଏସି ପ୍ରଶାସନ ଡାକିଥିଲା । ଏନ୍‌ଏସି ଇଓ ଦାୟିତ୍ୱରେ ଥିବା ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଏନ୍‌ଏସି ଅଧକ୍ଷା ପ୍ରତିଭା ପାଢ଼ୀ, ଗଞ୍ଜାମ ଥାନା ମହିଳା ଏସ ଆଇ ସୁପ୍ରଭା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନା ବେଳେ ପ୍ରବଳ ହୋ ହଲା କରିଥିଲେ ଉଭୟ ଗୋଷ୍ଠୀ । ପ୍ରବଳ ଉତ୍ତେଜନା ମଧ୍ୟରେ ଜଣେ ମହିଳା ଚେତାଶୂନ୍ୟ ହୋଇ ପଡ଼ିଥିଲେ । ସାଙ୍ଗେ ସାଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲା । ତଥାପି ଦୁଇ ଗୋଷ୍ଠୀ ନିଜ ନିଜ ଜିଦରେ ଅଟଳ ଥିବାରୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା ଗଣମାଧ୍ୟମକୁ ସୂଚନା ମିଳିଛି ।

Leave A Reply

Your email address will not be published.