oom

୧୦୫ ତମ ବିଜୁ ଜୟନ୍ତି ପାଳନ

jsmm

ଅଗ୍ରଣୀ ଓଡିଶା ଗଠନରେ ବିଜୁବାବୁଙ୍କ ଅବଦାନ ଅବିସ୍ମରଣୀୟ : ବିଧାୟକ
ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ କୁଲୁତାଯୋର ପଞ୍ଚାୟତ ଟପର୍ଣ୍ଣା ସ୍ଥିତ କଲ୍ୟାଣ ମଣ୍ତପ ଠାରେ ବିଜେଡି ପକ୍ଷରୁ କଣ୍ଟାମାଳ ନିର୍ବାଚନ ମଣ୍ତଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତି ସମାରୋହ ପାଳନ କରାଯାଇଛି । ଜିଲା ବିଜେଡି ସଭାପତି ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା । ଶ୍ରୀରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ବରିଷ୍ଠ ବିଜେଡି ନେତା ରମଣିରଞ୍ଜନ ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ସମ୍ଭପ୍ରସାଦ ସାହୁ, ବ୍ଲକ ଛାତ୍ର ଯୁବ ସଭାପତି ପ୍ରମୋଦ ରଣା, ଯୁବ ବିଜେଡି ସାଧାରଣ ସଭାପତି ମୋତିଲାଲ ରଣା, ଯୁବ ବିଜେଡି ଉପସଭାପତି ସାର୍ଦୁଳ ନାଗ, ଯୁବ ବିଜେଡି ସଂପାଦକ ଶୈଳେନ୍ଦ୍ର ବସ୍ତିଆ, ଘଣ୍ଟାପଡା ସମିତି ସଭ୍ୟ ନିତ୍ୟାନନ୍ଦ ସେନାପତି, କୁଲୁତାଯୋର ସରପଞ୍ଚ ପଦ୍ମାବତୀ ରଣା, ଏସଏଚଜି ମହାସଂଘ ସଭାପତି ଅସର୍ପି ରଣା, ଆଦିବାସୀ ନେତା ନିଳାଞ୍ଚଳ ଭୋଇ, ସୁଶାନ୍ତ ମାଝୀ, ଲିଙ୍ଗରାଜ ମଲିକ, ପ୍ରଦୀପ ଅଗ୍ରୱାଲ, ପବିତ୍ର ରଣା, ଲକ୍ଷ୍ମଣ ସାହୁ ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ବିଭିନ୍ନ ସ୍ମୃତି ବିଷୟରେ କହିବା ସହ ତାଙ୍କ ସମୟରେ ଓଡିଶା ରାଜ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକ୍ରମ ବିଷୟରେ ବକ୍ତବ୍ୟ ରଖିଥିଲେ । ପଞ୍ଚାୟତରାଜ ବ୍ୟବସ୍ଥାରେ ବିଜୁ ବାବୁଙ୍କ ଅବଦାନ ତଥା ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବିଷୟରେ କୁହାଯାଇଥିଲା । ତାଙ୍କର ବରିଷ୍ଠ ଅବଦାନ ଯୋଗୁ ତାଙ୍କ ଜୟନ୍ତିରେ ପଞ୍ଚୟତରାଜ ଦିବସ ଭାବେ ପାଳନ କରିବା ଯଥାର୍ଥ ଅଟେ ବୋଲି ବିଭିନ୍ନ ବକ୍ତାମାନେ କହିବା ସହ ତାଙ୍କୁ ଭାରତରତ୍ନ ପୁରସ୍କାର ପ୍ରଦାନ କରିବା ପାଇଁ କହିଥିଲେ । ସମୟଥିଲା ମାଁ ମାନେ ଘର କୋଣରେ ରହୁଥିଲେ ଆଜି ସେମାନେ ବିକାଶର ଦିଶାରେ ଆଗେଇଲେଣି । ମହିଳାଙ୍କୁ ସମ୍ମାନ ଦେଇ ବିଜୁବାବୁ ପଞ୍ଚାୟତରାଜ ବିଭାଗରେ ୩୦ରୁ ୩୫ ପ୍ରତିଶତ ସ୍ଥାନ ରଖିଥିଲେ । ଆଜି ତାଙ୍କର ସୁପୁତ୍ର ନବୀନ ବାବୁ ମଧ୍ୟ ପିତାଙ୍କ ‌ଦ୍ୱାରା ଅନୁପ୍ରାଣିତ ହୋଇ ୫୦ ପ୍ରତିଶତ କରିଛନ୍ତି । ଅଗ୍ରଣୀ ଓଡିଶା ଗଠନ ପାଇଁ ‌ସ୍ୱପ୍ନ ଦେଖିଥିବା ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଲୋକଙ୍କୁ ଭଲ ପାଇବା ସହ ଜୀବିକା ମଧ୍ୟ ଦେଇଛନ୍ତି । କରୋନା ସମୟରେ ବିଭିନ୍ନ ପ୍ରସଙ୍ଗରେ ଧ୍ୟାନ ଦେଇଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀକୁ ବିକାଶଶୀଳ କରିବା ପାଇଁ ହାତକୁ ହାତ ମିଳାଇ ସମସ୍ତେ ସହଯୋଗ କରିବାର ଆବଶ୍ୟକ ରହିଛି ବୋଲି ବିଧାୟକ ଶ୍ରୀ ରଣା କହିଥିଲେ । ବିଜେଡି ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ରଣା ଅତିଥି ପରିଚୟ ଓ ସମାଜସେବୀ ପ୍ରେମରାଜ ରଣା ‌ସ୍ୱାଗତ ପ୍ରଦାନ କରିଥିଲେ । ଶେଷରେ ମୋତିଲାଲ ରଣା ଧନ୍ୟବାଦ ଦେଇଥିଲେ । କାର୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ବିଜେଡି କର୍ମୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ଏସଏଚଜି ମହିଳା ଉପସ୍ଥିତ ଥିଲେ । ବିଜୁ ଯୁବ ବାହିନୀ ସଦସ୍ୟ ପଞ୍ଚାନନ ମଲିକ ଓ ସାଧୁ ଚରଣ ରଣା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.