
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଜୟଦେବ ପ୍ରଧାନ ନୂତନ ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରି ସଭାରେ ସଭାପତିତ୍ୱ କରିଥିବା ବେକେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ଗୋବର୍ଦ୍ଧନ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । ନିରୁପମା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅବସର ନେଉଥିବା ଶ୍ୟାମଲାଲ ପ୍ରଧାନଙ୍କ ଦୀର୍ଘ ୨୬ ବର୍ଷର ଅଭିଜ୍ଞତା, ସୁପରିଚାଳନା ଉପରେ ନିଜ ନିଜ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ସାଂସଦ ଶ୍ରୀ ପୁରୋହିତ ଏକ ଲମ୍ବା ଭାଷଣରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କିପରି ଆରମ୍ଭ ହେଲା ଏବଂ ବତ୍ର୍ତମାନର ସୁନ୍ଦର ପରିବେଶ ପର୍ଯ୍ୟନ୍ତ କିପରି ପହଂଚିଲା ସେନେଇ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ । ସଭା ପରିଚାଳନା ରଞ୍ଜିତା ମହାନ୍ତି କରିଥିଲେ । ସଭାରେ ପ୍ରାୟ ୧୦ଗୋଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୋଗ ଦେଇଥିବା ବେଳେ ଡୋଳାମଣି ମାହାର, ନନ୍ଦଲାଲ ନାୟକ, ମିନକେତନ ବେହେରା, ରଜନୀ ମହାନ୍ତି, ସାନନ୍ଦ ସାହୁ, ବିନୋଦ ମିଶ୍ର, ପଦ୍ମିନୀ ଦାସ କୃଷ୍ଣ ଥପା, ଦିଲ୍ଲୀପ ନାଗ ପ୍ରମୁଖ ଯୋଗଦେଇ ଥିବାବେଳେ, ଅବସର ନେଉଥିବା ଶ୍ୟାମଲାଲ ପ୍ରଧାନ ନିଜର ଅଭିଜ୍ଞତା ବର୍ଣ୍ଣନା କରିବା ସହ କିପରି ସେ ଦୀର୍ଘ ୨୬ ବର୍ଷ ଯାଏ ପରିଚାଳନା କରିଥିଲେ, ସେନେଇ ବର୍ଣ୍ଣନା କରି ଆଗାମୀ ଦିନରେ ସୁପରିଚାଳନା କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସମସ୍ତେ ଆଗେଇ ନେବା ପାଇଁ ଦିଗଦର୍ଶନ ଦେଇଥିଲେ । ଶେଷରେ ସମସ୍ତ ଷ୍ଟାଫ କର୍ମଚାରୀମାନେ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରିଥିଲେ । ସବିତା ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ ।