ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାଣ ଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଶୌଚାଳୟ ଦିବସ ପାଳନ ହୋଇଯାଇଛି । ଟିଟିଲାଗଡ଼ ବିଡ଼ିଓ ଚନ୍ଦ୍ରମଣୀ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜଳ ଓ ପରିମଳ ମିଶନ ୟୁନିସେଫର ରାଜ୍ୟ ପରାମର୍ଶଦାତା ସଂକୁଳି ବିଶ୍ଵାଳ ଯୋଗଦେଇ ସ୍ୱଚ୍ଛତା ପାଇଁ ଶୌଚାଳୟର ନିତାନ୍ତ ଆବଶ୍ୟକତା ରହିଥିବା କହିଥିଲେ । ଖୋଲା ପଡିଆରେ, ହୁଡାରେ ମଳ ତ୍ୟାଗକରି ପୋଖରୀରେ ଶୌଚ ହୋଇ ସେହି ପୋଖରୀରେ ସ୍ନାନ କଲେ କିଭଳି ବିଭିନ୍ନ ପ୍ରକାର ରୋଗ କୀଟାଣୁକୁ ଆମନ୍ତ୍ରଣ କରାଯାଉଛି ସେ ନେଇ ବିସ୍ତୃତ ଭାବରେ ଅବତାରଣା କରିଥିଲେ । ୟୁନିସେଫର ଡ଼ିଏସସି ଡ଼. ପ୍ରଶାନ୍ତ ସାହୁ, ଦୁଷ୍ମନ୍ତ ସାହୁ ପରିମଳ ତଥା ବିଷାକ୍ତ ପ୍ଲାଷ୍ଟିକ ନେଇ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ । ବ୍ଲକ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦୀପକ ବେଜ, ମନରେଗା ଏପିଓ ତନୁଜା ଦାଶ, ସରପଞ୍ଚ ନରେଶ ଅଗ୍ରୱାଲ, ଯୁଗଳ ସାହୁ, ପୁଷ୍ପା ମହାନନ୍ଦ, ଯମୁନା ମହାନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ । ସଭା ପରେ ୟୁନିସେଫ ପକ୍ଷରୁ ଅତ୍ୟାଧୁନିକ ପାଇଖାନାର ମଡେଲ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ଯନ୍ତ୍ରୀ ଇଂ ବୀରେନ୍ଦ୍ର ନାଥ ସିଂ, ଇଂ ଧୀରେନ୍ଦ୍ର ସାହୁ, ଇଂ ହରେକୃଷ୍ଣ ଦାଶ, ଇଂ ଡ଼. ମିହିରକାନ୍ତ ପଣ୍ଡା, ସୁନିଲ ବାଗ, ଶାଶ୍ୱତ କିଷାନ, ଇଓ ସୁଶୀଲ ମିଶ୍ର, ସୁରେଶ ମିଶ୍ର, ଲୋକନାଥ ରଣା, ରାଜେଶ ଭତ୍ରା, ବିଥୟ ବେହେରା, ବୀରେନ୍ଦ୍ର କହଁର, ଏସଡ଼ିସି ସେକ ଅଞ୍ଜୁମ, ଏଡ଼ିଇଓ ଦେବାଶିଷ ମହାକୁର, ସମାଜସେବୀ କ୍ଷମାନିଧି ଭୂୟାଁ, ସନ୍ୟାସୀ ନାଏକ, ପ୍ରଶାନ୍ତ ନାଏକ, ପ୍ରମୋଦ ରଣା, ଋତୁରାଜ ପାତ୍ର, ବିଏଲସି ବିକାଶ ସାହୁ, ଜେସି ସୁମନ କଲ୍ୟାଣ ରଣା ପ୍ରମୁଖ ଉପସ୍ଥିତ ଥିଲେ ।