‘କ୍ରିଏଟ ଇନ ଇଣ୍ଡିଆ’ ଆହ୍ୱାନ ଜରିଆରେ ନିଜର ସୃଜନଶୀଳତାକୁ ଉଜାଗର କରନ୍ତୁ

● ପ୍ରତିଭା ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୫ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜରେ ଅଂଶଗ୍ରହଣକୁ ପ୍ରୋତ୍ସାହିତ କଲେ ପ୍ରଧାନମନ୍ତ୍ରୀ : ମନ୍ କି ବାତ୍ ର ୧୧୪ତମ ଅଧ୍ୟାୟ
● ସଙ୍ଗୀତ, ଶିକ୍ଷା ଏବଂ ଆଣ୍ଟି ପାଇରେସି ମାଧ୍ୟମରେ ଗେମିଂ, ଆନିମେସନ୍, ରିଲ୍ ଏବଂ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ସ୍ରଷ୍ଟାମାନଙ୍କ ପାଇଁ ବିପୁଳ ସମ୍ଭାବନା ରହିଛି : ନରେନ୍ଦ୍ର ମୋଦୀ
● ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୨୦୨୫ ଫେବୃଆରୀ ୫ରୁ ୯ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୧୪ତମ ‘ମନ୍ କି ବାତ୍’ ଅଭିଭାଷଣରେ ଦ୍ରୁତ ଗତିରେ ବଦଳୁଥିବା ରୋଜଗାର ପ୍ରକୃତି ଓ ଗେମିଂ, ଚଳଚ୍ଚିତ୍ର ନିର୍ମାଣ ଆଦି ସୃଜନଶୀଳ କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭାରତର ସୃଜନଶୀଳ ପ୍ରତିଭାର ଅପାର ସମ୍ଭାବନା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜନ କରାଯିବାକୁ ଥିବା ‘କ୍ରିଏଟ ଇନ ଇଣ୍ଡିଆ’ ବିଷୟବସ୍ତୁ ଅନ୍ତର୍ଗତ ୨୫ଟି ଚାଲେଞ୍ଜରେ ଅଂଶଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ସ୍ରଷ୍ଟାମାନଙ୍କୁ ଆହ୍ୱାନ କରିଛନ୍ତି ।

ଉଦୀୟମାନ ସୃଜନଶୀଳ କ୍ଷେତ୍ର ନିଯୁକ୍ତି ବଜାରକୁ ନୂଆ ରୂପ ଦେବ :
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ନିଯୁକ୍ତି ବଜାରକୁ ନୂଆ ରୂପ ଦେଉଥିବା ଉଦୀୟମାନ କ୍ଷେତ୍ରଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଏହି ପରିବର୍ତ୍ତିତ ସମୟରେ, ନିଯୁକ୍ତିର ସ୍ୱରୂପ ବଦଳୁଛି ଏବଂ ଗେମିଂ, ଆନିମେସନ୍, ରିଲ୍ ମେକିଙ୍ଗ୍, ଚଳଚ୍ଚିତ୍ର ନିର୍ମାଣ କିମ୍ବା ପୋଷ୍ଟର ମେକିଙ୍ଗ୍ ପରି ନୂତନ କ୍ଷେତ୍ର ବିକଶିତ ହେଉଛି । ଯଦି ଆପଣ ଏହି କୌଶଳଗୁଡ଼ିକ ମଧ୍ୟରୁ କୌଣସିଟିରେ ଭଲ ପ୍ରଦର୍ଶନ କରିପାରିବେ, ତେବେ ଆପଣଙ୍କ ପ୍ରତିଭାକୁ ଏକ ବିଶାଳ ମଞ୍ଚ ମିଳିପାରିବ । ସେ ବ୍ୟାଣ୍ଡ, ଗୋଷ୍ଠୀ ରେଡିଓ ଉତ୍ସାହୀ ଏବଂ ସୃଜନଶୀଳ ପେସାଦାରଙ୍କ ପାଇଁ ବୃଦ୍ଧି ପାଉଥିବା ସୁଯୋଗ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।
ଏହି ସମ୍ଭାବନାର ଲାଭ ଉଠାଇବା ଏବଂ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଙ୍ଗୀତ, ଶିକ୍ଷା ଏବଂ ଆଣ୍ଟି-ପାଇରେସି ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୫ଟି ଚାଲେଞ୍ଜ ବା ପ୍ରତିଯୋଗିତା ଆରମ୍ଭ କରିଛି । ଏହି ଆହ୍ୱାନଗୁଡ଼ିକରେ ଅଂଶଗ୍ରହଣ କରିବା ପାଇଁ ୱେବସାଇଟ୍ wavesindia.orgରେ ଲଗ୍‌ଇନ୍ କରିବାକୁ ପ୍ରଧାନମନ୍ତ୍ରୀ ସ୍ରଷ୍ଟା ବା କ୍ରିଏଟର୍ ମାନଙ୍କୁ ଉତ୍ସାହିତ କରିଥିଲେ । ‘‘ମୁଁ ବିଶେଷ କରି ଦେଶର ସ୍ରଷ୍ଟାମାନଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ସୃଜନଶୀଳତାକୁ ବାହାରକୁ ଆଣିବା ପାଇଁ ଅନୁରୋଧ କରୁଛି’’, ସେ କହିଥିଲେ ।
କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜ – ପ୍ରଥମ ସିଜିନ୍
୨୨ ଅଗଷ୍ଟ ୨୦୨୪ ରେ, କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ କ୍ରିଏଟ ଇନ୍ ଇଣ୍ଡିଆ ଚାଲେଞ୍ଜ-ସିଜନ୍ ୧ର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଉଲ୍ଲେଖ କରିଥିବା ‘‘ଭାରତରେ ଡିଜାଇନ୍, ବିଶ୍ୱ ପାଇଁ ଡିଜାଇନ୍’’ ଦୃଷ୍ଟିକୋଣ ଅନୁରୂପ ଏହି ପ୍ରତିଯୋଗିତା ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍)ର ଅଗ୍ରଦୂତ ଭାବେ କାର୍ଯ୍ୟ କରିବ ।

Leave A Reply

Your email address will not be published.