• ଦେଶରେ ଶ୍ରମ ସୁଧାର ଏବଂ କଲ୍ୟାଣ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ମାର୍ଗ ପ୍ରଶସ୍ତ ହେବ
ନୂଆଦିଲ୍ଲୀ, (ପିଆଇବି) : ଶ୍ରମ ଓ ନିୟୋଜନ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଗତକାଲି ଲୋକସଭାରେ ତିନୋଟି ଶ୍ରମ ସଂହିତା ଉପସ୍ଥାପନ କରିଛନ୍ତି। ଏଗୁଡ଼ିକ କାର୍ଯ୍ୟକାରୀ ହେବା ଫଳରେ ଦେଶରେ ଶ୍ରମିକ କଲ୍ୟାଣ ସଂକ୍ରାନ୍ତ ଐତିହାସିକ ସୁଧାର ମାର୍ଗ ପ୍ରଶସ୍ତ ହୋଇପାରିବ । ଏସବୁ ବିଧେୟକ ଗୁଡ଼ିକ ହେଲେ- ଔଦ୍ୟୋଗିକ ସମ୍ପର୍କ ସଂହିତା, ୨୦୨୦, ବ୍ୟବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟସ୍ଥିତି ଓ ତତସମ୍ବନ୍ଧୀୟ ସଂହିତା ବିଧେୟକ, ୨୦୨୦ ଏବଂ ସାମାଜିକ ସୁରକ୍ଷା ସଂହିତା, ୨୦୨୦। ଏସବୁ ବିଲ ଉପସ୍ଥାପନ କରି ଶ୍ରୀ ଗଙ୍ଗୱାର କହିଥିଲେ ଯେ ବେତନ ସମ୍ବନ୍ଧୀୟ ସଂହିତାକୁ ସଂସଦ ପକ୍ଷରୁ ଅଗଷ୍ଟ ୨୦୧୯ରେ ଅନୁମୋଦିତ କରାଯାଇସାରିଛି। ବର୍ତ୍ତମାନ ଏହା ଆଇନରେ ପରିଣତ ହୋଇସାରିଛି। ଏଥିସହିତ ଆଜି ଉପସ୍ଥାପନ କରାଯାଇଥିବା ତିନୋଟି ବିଲ ଶ୍ରମ ଆଇନର ସରଳୀକରଣ ତଥା ସେଗୁଡ଼ିକ କାର୍ୟ୍ୟକାରୀ କରିବାର ମାର୍ଗପ୍ରଶସ୍ତ କରିବ। ଦେଶରେ ସଂଗଠିତ ଏବଂ ଅସଂଗଠିତ ଉଭୟ କ୍ଷେତ୍ରର ୫୦ କୋଟିରୁ ଅଧିକ କର୍ମଚାରୀଙ୍କ ଶ୍ରମ କଲ୍ୟାଣ ଉପାୟ ପାଇଁ ବ୍ୟବସ୍ଥା ହୋଇପାରିବ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ବର୍ତ୍ତମାନର ଶ୍ରମ ଆଇନକୁ କେତେକ ଶ୍ରମ ସଂହିତା ମାଧ୍ୟମରେ ବର୍ଗୀକୃତ କରାଯିବା ଉଚିତ ବୋଲି ଦ୍ୱିତୀୟ ଜାତୀୟ ଶ୍ରମ ଆୟୋଗଙ୍କ ପକ୍ଷରୁ ସୁପାରିସ କରାଯାଇଥିଲା। ସରକାର ଏହି ସୁପାରିସ ଅନୁରୂପ କାର୍ୟ୍ୟ ଆରମ୍ଭ କରିଛନ୍ତି। ଶ୍ରୀ ଗଙ୍ଗୱାର କହିଥିଲେ ଯେ ୨୦୧୪ରେ ସମସ୍ତ ଅଂଶୀଦାରଙ୍କ ସହିତ ପରାମର୍ଶ କରାଯାଇ ବିସ୍ତୃତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଛି। ଯାହାଫଳରେ ୨୯ଟି କେନ୍ଦ୍ର ଶ୍ରମ ଆଇନକୁ ହ୍ରାସ କରାଯାଇ ମାତ୍ର ଚାରିଟି ଶ୍ରମ ସଂହିତା ପ୍ରସ୍ତୁତ କରାଯିବାର ପ୍ରସ୍ତାବ ରହିଛି। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏସବୁ ସଂହିତା ବଳରେ ଦେଶରେ ଔଦ୍ୟୋଗିକ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବାତାବରଣ ସୃଷ୍ଟି ହେବ ଯାହା ଫଳରେ ଦେଶରେ ଆଶାନୁରୂପ ଆର୍ଥିକ ପ୍ରଗତି ଆଣିବାରେ ସହାୟତା ମିଳିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଶ୍ରୀ ଗଙ୍ଗୱାର ଆହୁରି ମଧ୍ୟ କହିଥିଲେ ଯେ ବିଲ ଆସିବା ଫଳରେ ନିଯୁକ୍ତିଦାତାମାନଙ୍କୁ ମଧ୍ୟ ସହାୟତା ମିଳିବ ଯାହାଫଳରେ ନିବେଶ ଆକୃଷ୍ଟ ହେବ ତଥା ଦେଶରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଶିଳ୍ପଗତ ସମ୍ପର୍କ ବିକଶିତ ହେବ। ସେ ଏହା ମଧ୍ୟ କହିଥିଲେ ଯେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଔଦ୍ୟୋଗିକ ସମ୍ପର୍କର ନିର୍ମାଣ ଲାଗି ସମସ୍ତ ଅଂଶୀଦାରଙ୍କ ସ୍ୱାର୍ଥରେ ସନ୍ତୁଳନ ବଜାୟ ରଖିବାର ଆବଶ୍ୟକତା ରହିଛି। ସ୍ୱାଧୀନତା ପରେ ବିଗତ ୭୩ ବର୍ଷ ଧରି ଦେଶରେ ଯେଉଁସବୁ ଶ୍ରମ ସୁଧାରର ଆବଶ୍ୟକତା ରହିଥିଲା ସେଗୁଡ଼ିକୁ ଆମେ ଏବେ ବ୍ୟାପକ ସଂଖ୍ୟାରେ ଆଣୁଛୁ। ଏସବୁ ସୁଧାର ଫଳରେ ଶ୍ରମଜୀବୀମାନଙ୍କର ସ୍ୱାର୍ଥ ସୁରକ୍ଷା ହେବ ଏବଂ ସାମାଜିକ ସୁରକ୍ଷା ଓ ସଂରକ୍ଷଣ ସେମାନଙ୍କୁ ମିଳିପାରିବ। ଏଥିସହିତ ଏକ ସୁରକ୍ଷିତ ଏବଂ ସୁନିଶ୍ଚିତ କାର୍ୟ୍ୟ ପରିବେଶ ଉପଲବ୍ଧ ହୋଇପାରିବ। ସେମାନଙ୍କର କୌଣସି ଅଭିଯୋଗ ଥିଲେ ଏକ ପ୍ରଭାବୀ ସମାଧାନ ବ୍ୟବସ୍ଥା ଉପଲବ୍ଧ ହୋଇପାରିବ। ନୂଆ ଶ୍ରମ ସଂହିତାରେ ନିଯୁକ୍ତିଦାତା ଏବଂ ଶ୍ରମିକମାନଙ୍କର ସ୍ୱାର୍ଥ ମଧ୍ୟରେ ପର୍ଯ୍ୟାପ୍ତ ସନ୍ତୁଳନ ରଖାଯାଇପାରିଛି। କାରଣ ଏହା ପରେ ହିଁ ସମସ୍ତ ଦିଗରୁ ଶ୍ରମ କଲ୍ୟାଣ ସୁନିଶ୍ଚିତ ହୋଇପାରିବ।
ଏ ସମସ୍ତ ବିଧେୟକକୁ ଏଥିପୂର୍ବରୁ ୨୦୧୯ରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ଏହାପରେ ସଂସଦୀୟ ପ୍ରକ୍ରିୟା ଅନୁଯାୟୀ ସଂସଦୀୟ ସ୍ଥାୟୀ ସମିତି ନିକଟରୁ ଯାଞ୍ଚ ନିମନ୍ତେ ପଠାଯାଇଥିଲା। ସମସ୍ତ ଅଂଶୀଦାରମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବା ପରେ ସଂସଦୀୟ ସ୍ଥାୟୀ ସମିତି ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଶ୍ରୀ ଗଙ୍ଗୱାର କହିଥିଲେ ଯେ ‘ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ସମସ୍ତ ୨୩୩ଟି ସୁପାରିସକୁ ଅଧ୍ୟୟନ କରିଛି। ସଂସଦୀୟ ସ୍ଥାୟୀ ସମିତିର ୭୪ ପ୍ରତିଶତ ସୁପାରିସକୁ ସରକାର ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରି କହିଥିଲେ।
ସଂଗଠିତ ଏବଂ ଅସଂଗଠିତ ଯେକୌଣସି କ୍ଷେତ୍ରର ସମସ୍ତ ଶ୍ରମିକଙ୍କ ଲାଗି ସର୍ବନିମ୍ନ ମଜୁରି ଏବଂ ସମୟୋଚିତ ମଜୁରି ପରିଶୋଧ କରିବା ନିମନ୍ତେ ବୈଧାନିକ ଅଧିକାର ସୃଷ୍ଟି କରାଯାଇଛି। ଏହା ଏହା ବର୍ତ୍ତମାନ ଶ୍ରମଶକ୍ତିର ୩୦ ପ୍ରତିଶତ ତୁଳନାରେ ଦେଶର ସମସ୍ତ ଶ୍ରମିକମାନଙ୍କ ନିକଟରେ ସର୍ବନିମ୍ନ ମଜୁରିର ଯୋଗ୍ୟତା ପହଞ୍ଚାଇବ। ବର୍ତ୍ତମାନ ମୁଖ୍ୟତଃ ଖଣିକ୍ଷେତ୍ର, ବୃକ୍ଷରୋପଣ, ଡକ ଶ୍ରମିକ, କୋଠାବାଡ଼ି ଏବଂ ନିର୍ମାଣ ଶ୍ରମିକ, ଅନୁଧ୍ୟାନ ଓ ନିରୀକ୍ଷଣ, ସଫେଇ ଏବଂ ଉତ୍ପାଦନ କ୍ଷେତ୍ର ଆଦିକୁ କଭର କରୁଥିବା ରୋଜଗାର ଲାଗି ନିମନ୍ତେ ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ କରାଯାଇଛି। ଏଣିକି ସମ୍ପୂର୍ଣ୍ଣ ସେବା କ୍ଷେତ୍ର (ସୂଚନା ପ୍ରଯୁକ୍ତି, ଆତିଥେୟ, ପରିବହନ, ଆଦି), ଘରୋଇ ଶ୍ରମିକ, ଅସଂଗଠିତ ଶ୍ରମିକ, ଅଧ୍ୟାପକଙ୍କ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରିତ କରାଯିବ।
• ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ କରିବା ପ୍ରକ୍ରିୟାକୁ ସରଳ କରାଯାଇଛି। ବର୍ତ୍ତମାନ ରୋଜଗାର ହିସାବରେ ମଜୁରି ନିର୍ଦ୍ଧାରଣ କରାଯିବା ବ୍ୟତୀତ ଏହାର ଉପାଦାନରେ ଦକ୍ଷତା ଓ ଭୌଗଳିକ ସ୍ଥିତିକୁ ସାମିଲ କରାଯାଇଛି।
• ସାରା ଦେଶରେ ସର୍ବନିମ୍ନ ମଜୁରି ହାର ସଂଖ୍ୟା ବର୍ତ୍ତମାନର ୧୦,୦୦୦ ପରିବର୍ତ୍ତେ ମାତ୍ର ୨୦୦ ହେବ
• କେନ୍ଦ୍ରୀୟ କ୍ଷେତ୍ରରେ ୫୪୨ ତୁଳନାରେ ମାତ୍ର ୧୨ଟି ସର୍ବନିମ୍ନ ମଜୁରି ଦର ରହିବ।
• ପ୍ରତ୍ୟେକ ୫ ବର୍ଷରେ ସର୍ବନିମ୍ନ ମଜୁରି ସମୀକ୍ଷା କରାଯିବ।
• ‘ଆଧାର ମଜୁରି’ର ବୈଧାନିକ ଅବଧାରଣାକୁ ଉପସ୍ଥାପନ କରାଯାଇଛି।