om academy

ଷ୍ଟାର୍ ସିଙ୍ଗରଙ୍କ ଗୀତ ଗାଇ ଇଣ୍ଟରନେଟ୍‌ରେ ବୋବାଲ୍‌ ମଚେଇଲା ଶୁଆ

jsm

ନୂଆଦିଲ୍ଲୀ : ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରାଣୀ ଏବଂ ପକ୍ଷୀମାନଙ୍କର ଭିଡିଓ ପସ‌ନ୍ଦ କରୁଥିବା ବେଳେ ଶୁଆ ଟିଏ ଗୀତ ଗାଇ ବୋବାଲ୍‌ କରିଛି ସୋସିଆଲ ମିଡିଆରେ । ଏଭଳି ଏକ ଭିଡ଼ିଓ ଭାଇରାଲ୍‌ ହେବାରେ ଲାଗିଛି । ଲୋକମାନେ କେବଳ ଏହି ଭିଡିଓକୁ ପସନ୍ଦ କରିନାହାନ୍ତି, ବରଂ ଏହି ଶୁଆର ସ୍ୱର ଶୁଣିବା ପରେ ସମସ୍ତଙ୍କ ହୃଦୟରେ ଏକ ନିଆରା ସ୍ଥାନ ସୃଷ୍ଟି କରିଛି ଶୁଆ । ଶୁଆଟି ବିୟୋନ୍‌ସେ ଯେପରି ଗାଇଥିଲେ, ଠିକ୍ ସେପରି ଗାଇଛି ।

ଚିକୋ ଜଣେ ନଅ ବର୍ଷର ଶୁଆ, ଯିଏ ବ୍ରିଟେନର ଲିଙ୍କନଶିୟର ୱାଇଲ୍ଡ ଲାଇଫ ପାର୍କରେ ରହୁଛି । ଡେଲି ମେଲର ରିପୋର୍ଟ ଅନୁଯାୟୀ, ଏହି ଶୁଆ ଷ୍ଟାର୍ ସିଙ୍ଗରଙ୍କ ଗୀତ ଗାଇ ଇଣ୍ଟରନେଟ୍ ସେନ୍ସେସ୍ ସୃଷ୍ଟି କରିଛି ।

Leave A Reply

Your email address will not be published.