oum

ଅରବିନ୍ଦ କେଜ୍ରିୱାଲ ସରକାର ଶ୍ରମିକମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବେ : ଲକ୍‌ଡ଼ାଉନ୍‌ରେ ହେବ ନାହିଁ କୌଣସି ଅସୁବିଧା

jsm

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଶ୍ରମିକମାନଙ୍କୁ ୫୦୦୦ ଟଙ୍କା ସହାୟତା ଯୋଗାଇ ଦେବା ପାଇଁ ଦିଲ୍ଲୀ ସରକାର ମଙ୍ଗଳବାର ଦିନ ହାଇକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି । ସୂଚନା ଅନୁସାରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଏକ ସପ୍ତାହ ବନ୍ଦ ଡାକରା ଦେବା ପରେ ଦିଲ୍ଲୀରୁ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି । ଦିଲ୍ଲୀର ରେଳ ଷ୍ଟେସନ ଏବଂ ବସ୍ ଷ୍ଟେସନରେ ୟୁପି, ବିହାର, ଝାଡଖଣ୍ଡ ଏବଂ ଅନ୍ୟାନ୍ୟ ରାଜ୍ୟର ବହୁ ସଂଖ୍ୟାରେ ପ୍ରବାସୀ ରହିଛନ୍ତି । ସେମାନେ ନିଜ ଘରକୁ ଯିବାକୁ ଚେଷ୍ଟା କରୁଛନ୍ତି । ଅନୁମାନ କରାଯାଉଛି ଯେ, ଦିଲ୍ଲୀରେ ୨୦ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଲକ୍‌ଡ଼ାଉନ୍‌ ୨୬ ଏପ୍ରିଲ ପର୍ୟ୍ୟନ୍ତ ଜାରି ରହିବ ।

Leave A Reply

Your email address will not be published.