ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୩୫ ମସିହା ଡିସେମ୍ବର ୧୧ ତାରିଖ ଦିନ ଜନ୍ମ ଗ୍ରହଣ କରିଥିବା କଂଗ୍ରେସର ଜଣେ ବରିଷ୍ଠ ନେତା ଭାବରେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ଶାନ୍ତ, କାନ୍ତ, କୋମଳ, କମନୀୟ ସ୍ୱଭାବର ମହାନ୍‌ ଚିନ୍ତାନାୟକ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀଙ୍କ ଦେହାନ୍ତ ସମସ୍ତ ଦେଶବାସୀଙ୍କ ପାଇଁ ଦୁଃଖ ଆଣି ଦେଇଛି । ତେବେ ଆଜି ସକାଳୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭୀଷଣ ଗୁରୁତର ଥିବା କୁହାଯାଇଥିଲା । ତାଙ୍କର ପରଲୋକରେ ସାରା ଦେଶର ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିବା ବେଳେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.