sss
lll

ସୁଖବିନ୍ଦର ସିଂ ସୁଖୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶିମ୍‌ଲା : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସୁଖବିନ୍ଦର ସିଂ ସୁଖୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଖବିନ୍ଦର ସିଂ ସୁଖୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ସୁଖବିନ୍ଦର ସିଂ ସୁଖୁଙ୍କୁ ଅନେକ ଅଭିନନ୍ଦନ । ମୁଁ ହିମାଚଳ ପ୍ରଦେଶର ବିକାଶ ପାଇଁ କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହଯୋଗକୁ ନିଶ୍ଚିତ କରୁଛି । ନିକଟରେ ଶେଷ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୬୮ଟି ସିଟ ମଧ୍ୟରୁ ୪୦ଟି ଜିତି ବହୁମତ ହାସଲ କରିଛି । ସ୍ୱାଧୀନ ପ୍ରାର୍ଥୀମାନେ ୩ଟି ଆସନ ଜିତିଥିବା ବେଳେ ଭାଜପା ୨୫ଟି ଆସନ ଜିତିଛି । ରବିବାର ହିମାଚଳ ରାଜ୍ୟପାଳ ଆର.ଭି ଆର୍ଲେକର ସୁଖବିନ୍ଦର ସିଂ ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ମୁକେଶ ଅଗ୍ନିହୋତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ । ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯୋଗ ଦେଇଥିଲେ ।

Leave A Reply

Your email address will not be published.