
ମିଳିତ ଜାତିସଂଘର ଚେତାବନୀ : ଓମିକ୍ରନ୍ ଭାରତରେ ବଡ ଧ୍ୱଂସ ଘଟାଇପାରେ, ଡେଲ୍ଟା ସଂକ୍ରମଣ ପରି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ
ନୂଆଦିଲ୍ଲୀ : ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ଭାଇରସ୍ ପୁଣି ଥରେ ଭାରତରେ ହଇଚଇ ସୃଷ୍ଟି କରିପାରେ । ମିଳିତ ଜାତିସଂଘ ଅନୁଯାୟୀ, ଡେଲ୍ଟା ଭାରିଆଂଟ ପରି ପରିସ୍ଥିତି ପୁଣି ଥରେ ଖରାପ ହୋଇପାରେ । ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ରୁ ଜୁନ୍ ୨୦୨୧ ମଧ୍ୟରେ କୋଭିଡ୍ -୧୯ର ଡେଲ୍ଟା ଭାରିଆଣ୍ଟର ମାରାତ୍ମକ ଲହର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା ଏବଂ ଆର୍ଥିକ ପୁନରୁଦ୍ଧାରରେ ବାଧା ସୃଷ୍ଟି କରିଥିଲା । ଆଗାମୀ ସମୟରେ ମଧ୍ୟ ସମାନ ପରିସ୍ଥିତି ଉପୁଜିପାରେ ବୋଲି ମିଳିତ ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, କୋଭିଡ -୧୯ର ଅତ୍ୟଧିକ ସଂକ୍ରାମକ ଓମିକ୍ରନ୍ ଭାରିଆଣ୍ଟ ସହିତ ସଂକ୍ରମଣର ନୂତନ ତରଙ୍ଗ ଯୋଗୁଁ ମୃତ୍ୟୁସଂଖ୍ୟା ଏବଂ ଅର୍ଥନୈତିକ କ୍ଷତି ପୁନର୍ବାର ବୃଦ୍ଧି ପାଇବ । ବର୍ତ୍ତମାନ ସମୟରେ ସମାନ ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି ।